ପର୍ଯ୍ୟଟନ ସ୍ଥଳି ଅନୁଧ୍ୟାନ କଲେ ପ୍ରକଳ୍ପ ଅଧିକାରୀ
କାକଟପୁର : ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ସର୍ବ ଧର୍ମ ସମନ୍ୱୟର ପୀଠ ପୀର ଜାହାନିଆଁ ପର୍ଯ୍ୟଟନ ସ୍ଥଳ ସହିତ ସମୁଦ୍ର ବେଳାଭୂମି ର ପାରିପାର୍ଷିକ ଉନ୍ନତି ପାଇଁ ସୋମବାର ପୁରୀ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି କ୍ଷେତ୍ର ପରିଦର୍ଶନ କରିଥିଲେ । ଦିନ ୧୧ଟା ସମୟରେ ପୀର ଜାହାନିଆଁ ଠାରେ ପହଞ୍ଚô ପର୍ଯ୍ୟଟନ ସ୍ଥଳର ପିଇବା ପାଣି, ପରିମଳ, ପାର୍କିଙ୍ଗି ସହ ବିଭିନ୍ନ ଆବଶକୀୟ ସୁବିଧା ତଥା ବ୍ୟବସାୟୀମାନଙ୍କ ପାଇଁ ନୂତନ ଦୋକାନ ଗୃହ ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଆବଶକୀୟ ସୁବିଧା ଉପରେ ପୀରଜାହାନିଆଁ ବ୍ୟବସାୟୀ ସଂଘ ସଭାପତି ବୃନ୍ଦାବନ ବିଶ୍ୱାଳ ପ୍ରକଳ୍ପ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ମଣ୍ଡଳ ଉନ୍ନୟନ ଅଧିକାରିଣୀ ସସ୍ମିତା ବେହେରା, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସେଠି, କନିଷ୍ଠ ଯନ୍ତ୍ରୀ ରଶ୍ମିରେଖା ସାହୁ, ସରୋଜ ଛାଟୋଇ ଓ ଅସ୍ତରଙ୍ଗ ଥାନା ଉପନିରୀକ୍ଷକ ଅନିରୁଦ୍ଧ ଜାଲି ପ୍ରମୁଖ ଉପସ୍ଥିତ ଥିଲେ ।