ଚୋରା ମଦ ଜବତ : ୭ କୋର୍ଟ ଚାଲାଣ

 କେନ୍ଦ୍ରାପଡା  : ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ସଦର, ନିକିରେଇ, ଆଳି ଓ ମାର୍ଶାଘାଇ ଥାନା ଅଧିନିସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦଧିବାବନପୁର ଗୁରୁଚରଣ ପରିଡା (ବୟସ-୫୬) ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ, ମୋହନପୁର ଗ୍ରାମର ସୁମତି ମଳିକ (ବୟସ-୬୫)ଙ୍କ ଠାରୁ ୩୦ ଲିଟର ବିଦେଶୀ ମଦ, ହିଂସାଡା ଗ୍ରାମର ପ୍ରଶାନ୍ତ ମଳିକ (୪୫)ଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ, କଣ୍ଟିଆ ଗ୍ରାମର ଅଗଣି ଜେନା (ବୟସ -୫୭ ବର୍ଷ)ଙ୍କ ଠାରୁ ୩୭ ଲିଟର ଦେଶୀ ମଦ, ପାଳକଣା ଗ୍ରାମର ଦୀପକ ସେଠି (ବୟସ-୩୬ ବର୍ଷ)ଙ୍କ ଠାରୁ ୨୯ ଲିଟର ଦେଶୀ ମଦ, ନେମ୍ବରା ଗ୍ରାମର ବିଶ୍ୱଜିତ ସ୍ୱାଇଁ (ବୟସ-୪୪)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ ଓ ମଙ୍ଗଳା ଛକ ଗ୍ରାମର ସନ୍ତୋଷ ବେହେରା (ବୟସ-୩୫)ଙ୍କ ଠାରୁ ୩୯ ଲିଟର ବିଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାଖରୁ ସମୁଦାୟ ୨୨୧ ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରାଯାଇ ୧ ମହିଳା ସମେତ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ, କେନ୍ଦ୍ରାପଡା କହିଛନ୍ତି । ଏହି ଚଢଉରେ ଅବକାରୀ ନିରିକ୍ଷକ ଶ୍ରୀ ହିତାଂଶୁ ଶେଖର ମଳିକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ନରେଶ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।