ବିଦ୍ୟାଳୟ ପରିସର ପାଲଟିଛି ନିଶାଡୀଙ୍କ ଆଡ୍ଡାସ୍ଥଳୀ
ଚାନ୍ଦବାଲି : ନିଶା କବଳରେ ଏବେ ଯୁବପିଢ଼ି । ନିଜର ଭବିଷ୍ୟତ କୁ ପଛରେ ପକାଇ ମରଣକୁ ବରଣ କରି ବିଭିନ୍ନ ନିଶାକୁ ଆପଣାଉ ଛନ୍ତି କାଲିର ଭବିଷ୍ୟତ । ଏ ମିତିକି ନିଶା ପାଇଁ ଚୋରି ଡକାୟତି କରିବାକୁ ପଛାଉ ନାହାନ୍ତି ନିଶାସକ୍ତ ଯୁବକ ମାନେ । ଏମିତି ଘଟଣା ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଂଚଳରେ । ଏବେ ନିଶା ସେବନ ପାଇଁ ନିଶାଡି ମାନଙ୍କ ନୂଆ ଠିକଣା ପାଲଟିଛି ଘଣ୍ଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ହତା ସାଙ୍ଗକୁ ଭଙ୍ଗା ସ୍କୁଲ ଗୃହ । ଏ ନେଇ ସ୍କୁଲ ଯିବାକୁ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନେ ନିଜକୁ ଅସୁରକ୍ଷିତ ମଣୁଥିବା ଦେଖିବାକୁ ମିଳୁଛି । ସ୍କୁଲ ତିନି ପାର୍ଶ୍ୱରେ ବାଉଣ୍ଡରୀ ୱାଲ ନଥିବାରୁ ସ୍ଥାନୀୟ ଅସାମାଜିକ ଯୁବକ ଏବଂ ନିଶାସକ୍ତ ଯୁବକ ମାନଙ୍କ ଦୂରାତ୍ମ୍ୟ ଦେଖିବାକୁ ମିଳୁଛି । ସ୍କୁଲ ହତା ଏବଂ ସ୍କୁଲ ବାରଣ୍ଡା ରେ ବିଭିନ୍ନ ନିଶା କାରବାର ଜିନିଷ ସାଙ୍ଗକୁ ଆପତ୍ତି ଜନକ ଜିନିଷ ଦିଖିବାକୁ ମିଳୁଛି । ସ୍କୁଲ ଠାରୁ ଘଣ୍ଟେଶ୍ୱର ପୋଲିସ ଫାଣ୍ଡି ମାତ୍ର ୫୦ ମିଟର ଦୂରତା ହୋଇ ଥିବା ବେଳେ, ପୁଲିସ ଏଥିପ୍ରତି ନଜର ଦେଉ ନଥିବା ଦେଖିବାକୁ ମିଳୁଛି । ଘଣ୍ଟେଶ୍ୱର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରି ଡକାୟତି ହେଉଥିବା ବେଳେ, ସ୍ଥାନୀୟ ଘଣ୍ଟେଶ୍ୱର ପୁଲିସ ସେମାନଙ୍କୁ ଧରିବାରେ ବିଫଳ । ରାତିରେ ନାଇଟ୍ ପେଟ୍ରୋଲିଙ୍ଗ ଘଣ୍ଟେଶ୍ୱର ପୋଲିସ ପାଇଁ ଦିବାସପ୍ନ କହିଲେ କିଛି ଭୁଲ ହେବନାହିଁ । ଏନେଇ ଘଣ୍ଟେଶ୍ୱର ଅଞ୍ଚଳରେ ବୁଦ୍ଧିଜୀବୀମାନେ ଏ ବିଷୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପୁଲିସ ଆରକ୍ଷୀଙ୍କୁ ଲିଖିତ ଅଭିଯୋଗ କରିବା ପାଇଁ ଚେତାବନୀ ଦେଇଛନ୍ତି ।