ପଲ୍ଲୀଶ୍ରୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲା ମହୋସôବ କଲ୍ଲୋଳ ସମ୍ପର୍କୀୟ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଛି । ଜିଲ୍ଲାପାଳ ଜେ ସୋନାଲ ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ କଲ୍ଲୋଳ - ୨୦୨୫ ଓ ଓଡ଼ିଶା ଦିବସକୁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏପ୍ରିଲ ୧ ତାରିଖରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପଡିଆଠାରେ ଶୁଭ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ମହୋସôବ କଲ୍ଲୋଳ - ୨୦୨୫ ଓ ପଲ୍ଲୀଶ୍ରୀ ମେଳା ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ  । ଏହି ୫ ଦିନ ବ୍ୟାପି କାର୍ଯ୍ୟକ୍ରମରେ ୩ ତାରିଖ ଦିନ, ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହିଦିନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ୫ ତାରିଖ ଦିନ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ୨ ତାରିଖରେ ପଦ୍ମଭୂଷଣ ଡଃ ପ୍ରତିଭା ରାୟଙ୍କ ସମେତ, ମନ୍ତ୍ରୀ, ସାଂସଦ, ବିଧାୟକ, ପାରାଦ୍ୱୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଆଇଓସିଏଲ ନିଦେ୍ର୍ଦଶକ ଓ ବରିଷ୍ଠ ଅଧିକାରୀମାନେ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କଲ୍ଲୋଳ-୨୦୨୫ ଆରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ  ।