ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଦଳ ପ୍ରତିନିଧିଙ୍କ ବୈଠକ
ଜଗତସିଂହପୁର : ସାଧାରଣ ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବରେ ପରି·ଳନା କରିବା ନିମନ୍ତେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ଓ ପଲିଟିକାଲ ପାର୍ଟି ମାନଙ୍କର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଅନୁପମ ସାହା ନିର୍ବାଚନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ନୂତନ ଭାବେ ନିଆଯାଇଥିବା ପଦକ୍ଷେପ ହୋମ ଭୋଟିଂ ବିଷୟରେ ସେ ପାର୍ଟି କର୍ମକର୍ତ୍ତା ମାନଙ୍କୁ ବୁଝାଇଥିଲେ । ନିର୍ବାଚନ ପ୍ର·ର ପାଇଁ ଅନୁମତି ନେବାକୁ ସୁବିଧା ଆପକୁ ବ୍ୟବହାର କରିବା, ସକ୍ଷମ ଓ ସି ଭିଜିଲ ଆପ୍ର ବ୍ୟବହାର, ପୋଷ୍ଟାଲ ଭୋଟିଙ୍ଗ, ପୋଲିଂ ବୁଥ୍ରେ ଆଇନ୍ ଶୃଙ୍ଖଳା, ସିସିଟିଭି କ୍ୟାମେରା, ଅକ୍ଚିଲାରୀ ବୁଥ ତଥା ମଡେଲ ବୁଥ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାରେ ୧୪୧ଟି ମଡେଲ ବୁଥ କରାଯାଇଛି, ଯେଉଁଥିରେ ୧୩୧ଟି କେବଳ ମହିଳା ପୋଲିଂ ଅଧିକାରୀଙ୍କୁ ନେଇ ସଖୀ ବୁଥ, ୨ଟି ପିଡ଼ବ୍ଲ୍ୟୁ.ଡି ବୁଥ ଓ ୮ ଟି ଯୁବ ବୁଥ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ବୈଠକରେ ଯୋଗଦେଇ ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ରାଉତ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ ନାୟକ, ଡେପୁଟି କଲେକ୍ଟର ନିର୍ବାଚନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।