ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା : ୩ ଗିରଫ
ପଶ୍ଚିମବଙ୍ଗର ଦୁର୍ଗାପୁର ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ । ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ସହ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ୩ ଜଣଙ୍କୁ ମୋବାଇଲ ଟ୍ରାକିଂ କରି ପାରାନଗଞ୍ଜ ଜଙ୍ଗଲରୁ ଗିରଫ କରାଯାଇଛି ଏବଂ ୨ ଜଣଙ୍କ ଖୋଜାଖୋଜି ଜାରି ରହିଛି । ବାଲେଶ୍ୱର ଜିଲ୍ଲା ପ୍ରଶାସନର ଦୁଇ ଜଣିଆ ଟିମ୍ ଦୁର୍ଗାପୁରରେ ପହଞ୍ଚି ପୀଡ଼ିତାଙ୍କ ବାପା, ମାଙ୍କୁ ଦେଖା କରିଛନ୍ତି ।