ପହଲଗାମ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା : ହିନ୍ଦୁ ଏକତା

ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ଶୁକ୍ରବାର ନୂଆପଡ଼ା ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ଗାୟତ୍ରୀ ମନ୍ଦିରଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ମଞ୍ଚ କର୍ମକର୍ତ୍ତା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତଙ୍କୁ ସ୍ମାରକପତ୍ର ପ୍ରଦାନ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏହି ସମୟରେ ପୂର୍ବତନ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରସନ୍ନ କୁମାର ପାଢୀ, କ୍ଷମାନିଧି ଦେବାଙ୍ଗନ, ଅଜିତ କୁମାର ଚଳାନ, ସୁଶାନ୍ତ କୁମାର ପତି, ଦୃଷ୍ଟିଚନ୍ଦ୍ର ମାଝି, ଖରିଆର ରୋଡ ଏନ୍‌ଏସି ଅଧ୍ୟକ୍ଷା ସୋନିଆ ଜୈନ, ଗୋଲଡି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।