ପାଣି ଘେରରେ ୯ ପରିବାର

ତାଳଚେର : ତାଳଚେରରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ରାସ୍ତା, ଖାଲୁଆ ସ୍ଥାନ ଓ ତଳି ଅଞ୍ଚଳରେ କୁତି୍ରମ ହ୍ରଦ ସୃଷ୍ଟି ହୋଇ ଅପି୍ରତିକର ପରିସ୍ଥିତି ଦେଖାଦେଇଛି । ଏହି ଲଗାଣ ବର୍ଷାରେ କୋଠା ଘର ଛାତରୁ ବର୍ଷା ପାଣି ଲିକେଜ ହେବା ସହିତ ଘର ସନ୍ତସନ୍ତିଆ ରହୁଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ଚାଳଝପର ଘର ପଚାରେ କିଏ ? ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ଜଗନ୍ନାଥପୁର ପଞ୍ଚାୟତର ଶେଷ ସୀମାରେ ରହିଥିବା ୯ଟି ପରିବାର ଗତ  ୬ଦିନ ହେବ ଜଳବନ୍ଦୀରେ ରହିଛନ୍ତି । ଏମାନେ ଝାଟିମାଟି ଘର କରି କାହିଁ କେଉଁକାଳରୁ ଏଠାରେ ରହି ଦିନ ମଜୁରିଆ ଭାବେ ବନ୍ତୁଲ ପଂଚାୟତ ଅନ୍ତର୍ଗତ ତାଳଚେର ଥର୍ମାଲ ପାଚେରୀ ପାଖରେ ବସବାସ କରି ଆସୁଛନ୍ତି । ଦିନସାରା ମୂଲ କାର୍ଯ୍ୟ କରି ରାତିରେ ମୁଣ୍ଡ ଗୁଞ୍ଜିବା ପାଇଁ ଉକ୍ତ ଲଗାଣ ବର୍ଷା ବର୍ତ୍ତମାନ ସାଜିଛି ସେମାନଙ୍କୁ ବାଧକ । ଲଗାଣବର୍ଷାରେ ତାଙ୍କ ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବାରୁ ସେ ଘର ଗୁଡ଼ିକ କେତେ ବେଳେ ଯେ ଭୁଶୁଡ଼ିବ ତାହା କହିବା ଅସମ୍ଭବ । ବର୍ତ୍ତମାନ ପରିସ୍ଥିତିରେ ଶୋଇବା, ଖାଇବା, ରୋଷଇ ସେମାନଙ୍କ ପାଇଁ ଏକ ଦୁଃଖ ଦାୟକ ହୋଇଛି । ଏହି ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପାଖରେ ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ପହଞ୍ଚô ନଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ତେଣୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।