କିନ୍ନରଙ୍କ ଆକ୍ରମଣରେ ପୁଲିସ ଆହତ
ବରଗଡ: ବରଗଡରେ କିନ୍ନରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ବେଳେ ଜବରଦସ୍ତି ଅର୍ଥ ଆଦାୟ, ଲୁଟପାଟ ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି । ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ବିକ୍ରୀରେ ସାମିଲ ଥିବା କିନ୍ନରମାନେ ଗତ ଦୁଇବର୍ଷ ହେଲା ସହର ବାହାରେ ବିଭିନ୍ନ ଛକରେ ଛିଡା ହୋଇ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି କିନ୍ତୁ ଏଦିଗରେି ପୁଲିସ ପ୍ରଶାସନର ଢିଲା ପଣ ଯୋଗୁଁ ବଢ଼ିବାରେ ଲାଗିଥିଲା । ଏଥିରୁ ବାଦ ପଡିନାହାଁନ୍ତି ପୁଲିସ । ରବିବାର କିନ୍ନରଙ୍କ ଆକ୍ରମଣରେ ପୁଲିସ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଦୁଇଜଣ କିନ୍ନର ରବିବାର ଗାନ୍ଧୀ ଛକ ଠାରେ ଟଙ୍କା ମାଗୁଥିବା ବେଳେ ଟ୍ରାଫିକ ଇନଚାର୍ଜ ଏସଆଇ ମଙ୍ଗଳ କିସ୍କୋ ଷ୍ଟାଫଙ୍କ ସହ ପହଁଞ୍ଚି ସେମାନଙ୍କୁ ମନା କରିଥିଲେ କିନ୍ତୁ୍ର କିନ୍ନରମାନେ ଓଲଟା ପୁଲିସଙ୍କୁ ଆକ୍ରମଣ କରିଥିଲେ । ଏସଆଇ କିସ୍କୋଙ୍କ ହାତରେ ଆଘାତ ହୋଇଥିଲେ ବି ଉଭୟଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଦୁଇଜଣ କିନ୍ନର ହେଲେ ରିୟା ଏବଂ ରେଶମା । ତେବେ ପୋଲିସ ଫୋର୍ସ ପହଁଞ୍ଚି ଉଭୟ କିନ୍ନରଙ୍କୁ ଗିରଫ କରିଥିବା ବେଳେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି । ଅପରପକ୍ଷେ ଏସଆଇ କିସ୍କୋଙ୍କ ହାତର ଆଙ୍ଗୁଳି ଭାଙ୍ଗି ଥିବା ସହ ଆଘାତ ହୋଇଥିବା ବେଳେ ଅନ୍ୟ ପୁଲିସ ଷ୍ଟାଫ ମଧ୍ୟ ଆଘାତ ପାଇଥିବା ଜଣାପଡିଛି ।