ପୁଣି ରାଜଧାନୀରେ ଲଜ୍ୟା : ବସଷ୍ଟାଣ୍ଡରେ ଶୋଇଥିବା ସମୟରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ
ଭୁବନେଶ୍ୱର : ପୁଣି ରାଜଧାନୀରେ ଲଜ୍ୟା । ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ବସଷ୍ଟାଣ୍ଡରେ ଶୋଇଥିବା ସମୟରେ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତକୁ କାବୁ କଲା ପୁଲିସ ।
ସୂଚନା ମୁତାବକ, ବରମୁଣ୍ଡା ବସଷ୍ଟାଣ୍ଡରେ ଗତକାଲି ବିଳମ୍ବିତ ରାତିରେ ବସଷ୍ଟାଣ୍ଡରେ ଶୋଇଥିବା ବେଳେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ବସ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ ମା ଓ ଝିଅ । ମା ଶୋଇ ପଡ଼ିବା ପରେ ସେ ସମୟର ସୁଯୋଗ ନେଇ ପବିତ୍ର କହଁର ଝିଅକୁ କୁକର୍ମ କରିବାକୁ ଉଦ୍ୟମ କରିଥିଲା । ଘଟଣା ସ୍ଥଳରେ ଝିଅର ମା ଉଟିଯିବାରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇ ଯାଇଥିଲା । ପରେ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ପୁଲିସ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ସେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ମାଡି ବସିଥିଲା ପୁଲିସ । ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ବେଗୁନିଆପଡାର ପବିତ୍ର କହଁର ବୋଲି ଜଣାପଡିଛି ।