ନୂଆଗାଁ ଛକରୁ ଗଞ୍ଜେଇ ବେପାରୀ ଗିରଫ


 ଭୁବନେଶ୍ୱର, ୬ା୪ : କନ୍ଧମାଳରୁ ଗଞ୍ଜେଇ ଆଣି ଭରତପୁର ଥାନା ଅଧିନ ନୁଆଗାଁ ଛକରେ କିଛି ଲୋକଙ୍କୁ ବିକ୍ରି ବେଳେ ମାଡି ବସିଲା ଭରତପୁର ଥାନା ପୁଲିସ । ଅଭିଯୁକ୍ତ ଠାରୁ ୫ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଶ୍ୟାମପୁର ପଣ୍ଡାକୁଦିଆ ବସ୍ତିର ପ୍ରଫୁଲ ଦାସ ।
ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ ଜଣେ ବେପାରୀ କନ୍ଧମାଳ ଜିଲ୍ଲାରୁ ବସରେ ଗଞ୍ଜେଇ ଆଣି ଭରତପୁର ଥାନା ଅଧିନ ଶ୍ୟାମପୁର ଛକରେ ବିକ୍ରି କରୁଥିବା ଖବର ଭରତପୁର ଥାନା ଅଧିକାରୀ ଦିନବନ୍ଧୁ ମିଶ୍ର ଜାଣିବାକୁ ପାଇଥିଲେ । ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଥାନାର ଏକ ସ୍ପେଶାଲ ଟିମକୁ ପଠାଇ ଶ୍ୟାମପୁର ଛକରେ ଚଢ଼ାଉ କରି ବେପାରୀକୁ ଗିରଫ କରାଯାଇଥିଲା । ପରେ ତାଠାରୁ ୫ କେଜି ଗଞ୍ଜେଇ ଜବତ କରାଯାଇଛି  । ବେପାରୀ ଜଣଙ୍କ ପ୍ରାୟତଃ କନ୍ଧମାଳରୁ ବସରେ ଭୁବନେଶ୍ୱର ଗଞ୍ଜେଇ ଆଣି ଏଠାରେ ବିକ୍ରି କରିଆସୁଥିବା ତଦନ୍ତରୁ ଜଣାପଡ଼ିଛି  ।