ପୁଣି ହଇଜା ଆତଙ୍କ
ହଇଜା ଆତଙ୍କ! ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଉସ୍ତପଲ୍ଲୀ ଗାଁରେ ଦେଖାଦେଇଛି ହଇଜା ଆତଙ୍କ। ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣ ଆକ୍ରାନ୍ତ ହୋଇଛନ୍ତି।ମୃତକ ଜଣଙ୍କ ହେଲେ ଉସ୍ତପଲ୍ଲୀ ଗାଁର ଦାସ ଶବର। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବାବେଳେ 15 ଜଣ ଆକ୍ରାନ୍ତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରୁ ଆମ୍ବୁଲାନ୍ସ ଯୋଗେ ବୁହା ହେଉଛନ୍ତି ରୋଗୀ। ଏହି ଆତଙ୍କ କଣ ପାଇଁ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଏହାର ଯାଞ୍ଚ ଚାଲିଛି।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
