ପୁରାତନ ସହପାଠୀଙ୍କ ବନ୍ଧୁମିଳନ 

ବରୀ : ହରିପୁର ହାଇସ୍କୁଲର ୧୯୯୬ ମସିହା ମାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ ଉତ୍ସବ ସାହାଡାସୁନ୍ଦରୀ ମନ୍ଦିର ନିକଟ ବାଲିଚତୁରୀ ନିକଟରେ ଥିବା ଏକ ବରଗଛ ମୂଳରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ସ୍କୁଲର ଶିକ୍ଷକଙ୍କ ସମେତ ସହପାଠୀମାନେ ଯୋଗ ଦେଇଥିଲେ  । ଏହି ସଭାରେ ଶତ୍ରୁଘ୍ନ ଜେନା, ଗଙ୍ଗାଧର ଜେନା, କର୍ଣ୍ଣଚନ୍ଦ୍ର ଘଡାଇ, ସୁରେନ୍ଦ୍ର ସାମଲ, ଈଶ୍ୱର ଚନ୍ଦ୍ର ସାମଲ, ଧୀରେନ୍ଦ୍ର ସାମଲ, ସନ୍ୟାସୀ ଦାସ, ରାମଚନ୍ଦ୍ର ବାରିକ ପ୍ରମୁଖ ଶିକ୍ଷକମାନେ ଯୋଗଦେଇଥିଲେ  । ସଭାରେ ପୁରାତନ ଛାତ୍ର ପ୍ରଦୁ୍ୟମ୍ନ ଦାସ ପାରମ୍ଭିକ ସୂଚନା ପ୍ରଦାନ କରଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଗୁରୁପୂଜନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା  । ଏହି ଅବସରରେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଜୀବନର ଅନୁଭୂତି ମନେପକାଇ ଭାବର ଆଦାନ ପ୍ରଦାନ କରିଥିଲେ  । ଶେଷରେ ହିରଣ୍ୟ ବାଳା ଜେନା ଧନ୍ୟବାଦ ଅର୍ପଣ କରିଥିଲେ  ।