ପୁରୀ ଅଘଟଣ ପାଇଁ ଘୁଞ୍ଚôଲା ବିଜେପି ସଭାପତି ନିର୍ବାଚନ
ଭୁବନେଶ୍ୱର : ପୁରୀ ଅଭାବନୀୟ ଘଟଣା କାରଣରୁ ‘ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ’ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହିତ ଅନେକ ଭକ୍ତ ଆହତ ହୋଇଥିବା ବେଳେ ମୃତକଙ୍କ ଶେଷକୃତ୍ୟ ହୋଇନାହିଁ । ଏଭଳି ଅଭାବନୀୟ ପରିସ୍ଥିତିରେ ବିଜେପି ସଭାପତି ଚୟନ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ଏ ଅବସରରେ ଶ୍ରୀ ଷଡ଼ଙ୍ଗୀ ଦଳ ପକ୍ଷରୁ ମୃତାହତ ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛୁ ବୋଲି କହିଥିଲେ । ପରବର୍ତ୍ତୀ ସମୟରେ ନିର୍ବାଚନ ପ୍ରସଙ୍ଗରେ ସୂଚନା ଦିଆଯିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ଉପସ୍ଥିତ ଥିଲେ ।