ପୁରୀ ପୂର୍ତ ବିଭାଗ କାର୍ଯ୍ୟାଳୟରେ ନାଲିଖାମ୍ ବାଂଟିଲା କିଏ 

ପୁରୀ ପୂର୍ତ ବିଭାଗ କାର୍ଯ୍ୟାଳୟରେ ନାଲିଖାମ୍ ବାଂଟିଲା କିଏ 


ପୁରୀ- ଆଜି ଥିଲା ଭିଜିଲାନ୍ସ ଦିବସ  । ଦୁର୍ନୀତି ନିବାରଣ ପାଇଁ ସରକାରୀ ସ୍ତରରେ ଶପଥ ଗ୍ରହଣ କରାଯାଉଛି  । ଆଜିର ଦିବସରେ ପୁରୀ ପୂର୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା  । ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଓଡି ୩୩ ଏଜେ ୬୭୦୯ ନମ୍ବର ବିଶିଷ୍ଟ ବୋଲେରୋ ଗାଡିଟି କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିଥିଲା  । ଗାଡିରୁ ଜଣେ ବ୍ୟକ୍ତି ଅଫିସ ଭିତରକୁ ଯାଇ ନାଲିଖାମ ଓ କିଛି ଡବା ଉପରେ ନାଲି ଜରି ଗୁଡା ଯାଇଥିବା ଜିନିଷ ବୋହିବାକୁ ଲାଗିଲେ  । ଅନ୍ୟ ଜଣେ ବ୍ୟକ୍ତି ହିନ୍ଦି ଭାଷାରେ କଥାବାର୍ତା କରୁଥିଲେ  । ଏହି ସମୟରେ ଆମ ଆଦମୀ ପାର୍ଟିର କିଛି କର୍ମୀ ଏହି ପ୍ୟାକେଟ କଣ ଓ କାହିଁକି ଦେଉଛ ସହ ପରିଚୟ ପଚାରିବାରେ ଗାଡ଼ି ଷ୍ଟାର୍ଟ କରି ପଳାଇଥିଲେ  । ଶୁଣାଯାଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଡ ବିଲ୍ଡିଂ ନିର୍ମାଣ ଚାଲିଛି  । ଏହି ବିଲ୍ଡିଂ କୁ ପୁରୀ ଜିଲ୍ଲା ବାହାର ଠିକାଦାର କାର୍ଯ୍ୟ କରୁଛନ୍ତି  । ଦୁର୍ଗା ପୂଜା ଓ କାଳୀ ପୂଜା ପାଇଁ ବିଭାଗର ମୁଖିଆଙ୍କୁ ଖୁସି କରିବା ପାଇଁ ଏହି ପ୍ୟାକେଟ ଦିଆଯାଉଥିବା ଅଭିଯୋଗ ହୋଇଛି  । ବିଭାଗର କେତେକ ଧୃତ ଠିକାଦାର ବେଆଇନ ଠିକାଦାରି କରି ମିଥ୍ୟା ବିଲ ଜରିଆରେ କୋଟି କୋଟି ଟଙ୍କା ହାତଉଥିବା ଆଲୋଚନା ହେଉଛି  । ମୁଖିଆ ସବୁ ଜାଣି ଭିଟାମିନ ମୋହରେ ଧୃତରାଷ୍ଟ୍ର ପାଲଟିଥିବା କୁହାଯାଉଛି  । ମୁଖିଆ ପୁରୀରେ କାର୍ଯ୍ୟରତ ଥିଲେ ମଧ୍ୟ ସବୁବେଳେ ଭୁବନେଶ୍ୱର ରହୁଛନ୍ତି  । ଠିକାଦାର ମୁଖିଆଙ୍କୁ ପୁରୀ ଅଫିସରେ ଖୋଜିଲେ ଉତର ମିଳୁଛି ଖୋର୍ଦ୍ଧା କାର୍ଯ୍ୟାଳୟର ଚାର୍ଜ ନେଇଛନ୍ତି  । ଖୋର୍ଦ୍ଧା କାର୍ଯ୍ୟାଳୟରେ ପଚାରିଲେ ବାବୁ ପୁରୀରେ ଅଛନ୍ତି ବୋଲି କୁହାଯାଉଛି  । ବାବୁଙ୍କ ଏଭଳି ଅଭିନୟକୁ କାର୍ଯ୍ୟାଳୟର କର୍ମଚାରୀ, ଠିକାଦାର ଓ ସାଧାରଣ ଜନତା ନାପସନ୍ଦ କରିଛନ୍ତି  । ଖାଲି ଏହି ଗୋଟିଏ ଘଟଣା ନୁହେଁ ଏମିତି ବର୍ଷ ତମାମ କେତେକ କୋଟିପତି ଠିକାଦାର ଏଭଳି ଗିଫ୍ଟ ଦେଉଥିବା ଅଭିଯୋଗ ହେଉଛି  । ମୁଖିଆଙ୍କ ବଦଳି ସହ ବାବୁଙ୍କ କଳା ସମ୍ପତି ସମ୍ପର୍କରେ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି  ।