ପୁଲିସ ଜେରାରେ ସତ ମାନିଲା ‘ମୋ ପରିବାର ଲୋକଙ୍କୁ ମୁଁ ମାରିଛି’ : ବାପା, ମା’ ଓ ଭଉଣୀଙ୍କୁ ଛୁରି ଭୁସି ନାଟକ କରୁଥିଲା
ନୂଆଦିଲ୍ଲୀ : ଦକ୍ଷିଣ ନୂଆଦିଲ୍ଲୀର ନେବ ସରାୟ ଅଞ୍ଚଳରେ ସପରିବାର ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୁଲିସ୍ । ହତ୍ୟାକାରୀ ଆଉ କେହି ମର୍ଣ୍ଣିଂ ୱାକ୍ କରିବାକୁ ଯାଇଥିବା ନିଜେ ପୁଅ ବୋଲି ପୁଲିସ୍ ସୂଚନା ଦେଇଛି । ବାପା-ମା’ ଓ ଭଉଣୀଙ୍କୁ ନିଜେ ମାରି ପୁଲିସ୍ ଆଗରେ ନାଟକ କରିଥିଲା ବାପା-ମା’ ହତ୍ୟାକାରୀ ଅର୍ଜୁନ କୁମାର (୨୦) । ଘନ ଘନ ଜେରା ପରେ ପୁଲିସ୍ ଆଗରେ ସେ ନିଜ ଦୋଷ ସ୍ୱୀକାର କରିଥିଲା ଓ ମୋତେ ବାପାମା’ ସବୁବେଳେ ପଢ଼ାପାଇଁ ଆକଟ କରୁଥିବାରୁ ମୁଁ ସମସ୍ତଙ୍କୁ ଛୁରୀ ଭୁସି ହତ୍ୟା କରିଛି ବୋଲି ସ୍ୱୀକାର କରିଥିଲା ।
ପୁଲିସ୍ ସୂଚନାନୁସାରେ, ଅର୍ଜୁନ କୁମାର ପାଠ ପଢ଼ାରେ ଟିକେ ଦୁର୍ବଳ ଥିଲା । ଏହାକୁ ନେଇ ତାଙ୍କ ବାପା ରାଜେଶ କୁମାର (୫୧), ମା’ କୋମଲ (୪୬) ଓ ବଡ ଭଉଣୀ କବିତା (୨୩) ସବୁବେଳେ ତାଙ୍କୁ ଗାଳି କରୁଥିଲେ । ଏମିତିକି ଅର୍ଜୁନକୁ ତାଙ୍କ ପରିବାର ଲୋକ ପାଖପଡ଼ୋଶୀଙ୍କ ସମ୍ମୁଖରେ ମଧ୍ୟ ଗାଳି କରୁଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅର୍ଜୁନ ବୁଧବାର ସେମାନଙ୍କୁ ହତ୍ୟା କରିବା ପାଇଁ ଷଡ଼୍ୟନ୍ତ୍ର କରିଥିଲା । ସେହି ଅନୁସାରେ ବୁଧବାର ଅର୍ଜୁନ ପ୍ରଥମେ ଶୋଇଥିବା ଅବସ୍ଥାରେ ତା ଭଉଣୀ କବିତାଙ୍କୁ ମାରିଥିଲା । ତା’ପରେ ବାପାଙ୍କୁ ଓ ଶେଷରେ ମା’ କୋମଲଙ୍କୁ ମାରିଥିଲା । ଏହାପରେ କେହି ସନେ୍ଦହ କରିବା ଆଗରେ ନାଟକୀୟ ଢଙ୍ଗରେ ସେ ମର୍ଣ୍ଣିଂ ୱାକ୍ରେ ଚାଲି ଯାଇଥିଲା । ପରେ ସେଠାରୁ ଆସି ତାଙ୍କ ସମ୍ପର୍କୀୟଙ୍କ ସମେତ ପୁଲିସ୍ ଓ ପାଖପଡ଼ୋଶୀଙ୍କୁ ନିଜେ ଫୋନ୍ ଯୋଗେ ଜଣାଇଥିଲା ।
କିନ୍ତୁ ଏତେବଡ଼ ହତ୍ୟା ଘଟଣା ଘଟିବା ପରେ ମଧ୍ୟ ଘରର ଆସବାବ କିଭଳି ଭାବେ ଠିକ୍ଠାକ ଥିଲା ତାହାକୁ ନେଇ ପୁଲିସ୍ ପ୍ରଥମେ ସନେ୍ଦହ କରିଥିଲା । ଆଉ ଏହାକୁ ପୁଲିସ୍ ପ୍ରଥମେ ସନେ୍ଦହ କରିଥିଲା ଅର୍ଜୁନକୁ । ପରବର୍ତ୍ତୀ ସମୟରେ ପୁଲିସ୍ ଅର୍ଜୁନକୁ ନିଜ ହେପାଜତକୁ ନେଇ ବାରମ୍ବାର ଜେରା କରିବା ପରେ ଏଥିରେ ଅତିଷ୍ଠ ହୋଇ ସତକଥା ଓଗାଳିଥିଲା । ପୂର୍ବ ରାଗ ପାଇଁ ସେ ସପରିବାରକୁ ହତ୍ୟା କରିଥିବା ମାନିଥିଲା । ତେବେ ହତ୍ୟାରେ ବ୍ୟବହୃତ ଛୁରୀ ପୁଲିସ୍ ଜବତ କରିବା ସହ ସେହି ଛୁରୀକୁ ଅର୍ଜୁନଙ୍କ ବାପା ସେନାରେ ଥିବା ସମୟରେ କିଣିଥିଲେ ବୋଲି ପୁଲିସ୍ ସୂଚନା ଦେଇଛି ।ନଥିଲେ । କିନ୍ତୁ ପୁଲିସ ଜେରା କଲା ବେଳେ ସେ ଅଧିକ ସମୟ ମିଛ କହିପାରି ନଥିଲେ । ସେ ଭାଙ୍ଗି ପଡିଥିଲେ ଓ ପୂରା ଘଟଣା କହିଥିଲେ । ପୁଲିସ ତାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ।