ସୂର୍ଯ୍ୟ ରହସ୍ୟ କହିବ ‘ପ୍ରୋବା-୩’

ଅମରାବତୀ : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡ୍ରୁ ଉତ୍କ୍ଷେପଣ ହୋଇଛି ‘ପ୍ରୋବା-୩’ ସ୍ପେସ୍କ୍ରାଫ୍ଟ । ୟୁରୋପୀୟ ଜ୍ଞାନକୌଶଳରେ ନିର୍ମିତ ୫୫୦ କେଜି ବିଶିଷ୍ଟ ଏହି ସ୍ପେସ୍କ୍ରାଫ୍ଟ ଏକ ମିଲିମିଟର ସୂର୍ଯ୍ୟର ବାହ୍ୟ କକ୍ଷପଥକୁ ଯାଇ ସୂର୍ଯ୍ୟର ରହସ୍ୟ ବିଷୟରେ ସନ୍ଧାନ କରିବ । ଗୁରୁବାର ଅପରାହ୍ନ ୪ଟା ୪ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉତ୍କ୍ଷେପଣ କରାଯାଇଥିଲା । ଏହା ପୂର୍ବରୁ ୨୦୦୧ରେ ଇସ୍ରୋ ପକ୍ଷରୁ ଏହି ସିରିଜର ପ୍ରଥମ ସୌର ଅଭିଯାନ ଆରମ୍ଭ କରାଯାଇଥିଲା । ପିଏସଏଲଭି-ସି୫୯ ରକେଟରୁ ପ୍ରୋବା-୩ ମିଶନକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି । ଏହି ରକେଟ ନିଜ ସହ ଦୁଇଟି ଉପଗ୍ରହ ନେଇଥିଲା ଯାହା ପରସ୍ପର ସହ ସମନ୍ୱୟ ରକ୍ଷା କରିବ ଏବଂ ସୂର୍ଯ୍ୟଙ୍କ ବଳୟ ଉପରେ ଅନୁଧ୍ୟାନ କରିବ । ପୂର୍ବରୁ ଏହି ଅଭିଯାନକୁ ବୁଧବାର ଉତକ୍ଷେପଣ କରାଯିବାର ଥିଲା, କିନ୍ତୁ ମହାକାଶଯାନରେ ବୈଷୟିକ ତ୍ରୁଟି ଯୋଗୁ ଏହାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା । ପ୍ରୋବା-୩ ଅଭିଯାନ ଅଧୀନରେ ୟୁରୋପୀୟ ମହାକାଶ ଏଜେନ୍ସି ନିଜର ଦୁଇଟି ଉପଗ୍ରହ ମହାକାଶକୁ ପଠାଉଛି । ଏଗୁଡ଼ିକର ନିର୍ମାଣ କ୍ଷେତ୍ରରେ ଇଟାଲୀ, ସ୍ପେନ୍, ବେଲଜିୟମ, ସୁଇଜରଲ୍ୟାଣ୍ଡ ଏବଂ ପୋଲାଣ୍ଡ ଭଳି ଦେଶ ଯୋଗଦାନ ଦେଇଛନ୍ତି ।