ପୂର୍ବତନ ସରପଞ୍ଚଙ୍କ ପରଲୋକ

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଣତା ପଞ୍ଚାୟତର ପୂର୍ବତନ ସରପଞ୍ଚ ଧରଣୀଧର ରାଉତଙ୍କ ୮୦ ବର୍ଷ ବୟଷରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଠ ଭାଷୀ ପରୋପକାରୀ ବ୍ୟକ୍ତି ଥିଲେ । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ବିୟୋଗରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ କୁମାର ଜେନା,ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ବରିଷ୍ଠ ନେତା ନୃସିଂହ ଆଚାର୍ଯ୍ୟ ଖଣତା ସରପଞ୍ଚ ଅନିଲ ଲେଙ୍କା, ସମିତି ସଭ୍ୟ ସୁରେଶ ଜେନା, ପୂର୍ବତନ ସରପଞ୍ଚ ଦିବାକର ସେଠୀ, ଯୁବନେତା ସମୀର ପ୍ରଧାନ,ବରିଷ୍ଠ ନେତା ସର୍ବେଶ୍ୱର ମହାନ୍ତି ଓ ସାମ୍ବାଦିକ ଭାସ୍କର ରାଉତରାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।