ପୋଖରୀ ଖୋଳାରେ ଦୁର୍ନୀତି

 ଆସିକା :  ଗଞ୍ଜାମ ଜିଲ୍ଲା ଆସିକା ପଂଚାୟତ ସମିତି ଅନ୍ତର୍ଗତ ବଡ଼ଖୋଲି ଗ୍ରାମରେ ଚାଲିଥିବା ଲୁଣ୍ଡା ପୋଖରୀ ଅମୃତ ସରୋବରରେ ବ୍ୟାପକ ଦୁର୍ନୀତି ହୋଉଥିବା ଅଭିଯୋଗ ହୋଇଛି । ବର୍ଷା ଋତୁ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ଯନ୍ତ୍ରୀ ଓ କ୍ଷେତ୍ର ଅଧିକାରୀଙ୍କ ମିଳି ମିଶି କାମକୁ ଖୋଳ କରିବାରେ ଲାଗି ପଡ଼ିଥିବା କୁହାଯାଉଛି । ସରକାରଙ୍କ ନିୟମ ଅନୁସାରେ ଜୁନ୍ ମାସ ୧୫ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ମାଟି କାମ ନ କରିବା ପାଇଁ ଅନେକ ଠିକାଦାରକୁ ମନା କରୁଥିବାବେଳେ ସରକାରୀ ଯନ୍ତ୍ରୀ ପାଇଁ ମାଟି କାମ କରିବା ନିୟମ ରହିଥିବା ଦେଖିବାକୁ ମିଳିଛି । ମନରେଗାରେ କମ ଶ୍ରମିକ ନିୟୋଜିତ କରି ଅଧିକ ମେନ ଡେୟସ ବାହାର କରି ରାଧେ ରାଧେ.... ତୁମର ଅଧେକୁ - ଆମର ଅଧେ ନ୍ୟାୟରେ କାମ ଦ୍ରୁତ ଗତି ହେଉଥିବା କୁହାଯାଉଛି । କୌଣସି ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, କାମ ଦେଖିବାକୁ କେହି ଆସନ୍ତି ନାହିଁ । ଅନ୍ୟ ପଟେ ଉକ୍ତ ପୋଖରୀକୁ ୫ ବର୍ଷ ନିମନ୍ତେ ମାଛ ଚାଷ ନିମନ୍ତେ ଟେଣ୍ଡର ଦିଆଯାଇଛି । ଉକ୍ତ ମାଛ ଚାଷୀକୁ କାମ ବିଷୟରେ କୌଣସି ସୂଚନା ନ ଦେଇ ଜୋର ଜବରଦସ୍ତ କାମ ଚାଲିଛି । ବଡ଼ ଖୋଲିରେ ଚାଲିଥିବା ଲୁଣ୍ଡା ପୋଖରୀ ଅମୃତ ସରୋବରକୁ ସଠିକ୍ ଏସ୍ଟିମେଟ ଅନୁସାରେ କାମ ନ କଲେ ଜନ ଆନେ୍ଦାଳନ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।