ପୋଚ ଓ ଦେଶୀ ମଦ ଜବତ


 ବୈଶିଙ୍ଗା  : ବେତନଟୀ ଅବକାରୀ ବିଭାଗ ଓ ସାଟେଲାଇଟ ଟିମ ଦ୍ୱାରା ଦୈନିକ ବିଭିନ୍ନ ଇଲାକାରେ ବିପୁଳ ପରିମାଣର ପୋଚ ଓ ଦେଶି ରନ୍ଧା ମଦ ଓ ସରଞ୍ଜାମ ଜବତ କରିବା ଏକ ନିତି ଦିନିଆ ଘଟଣାରେ ପରିଣତ ହେବାରେ ଲାଗିଛି  । ଶନିବାର ବେତନଟୀ ଅବକାରୀ ଏସଆଇ ପ୍ରକାଶ ସାହୁ ବିଶେଷ ସୂତ୍ରରୁ ଖବର ପାଇ ସଦଳ ବଳେ ବଡ଼ସାହି ବ୍ଲକର ଯଦୁନାଥପୁର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଅର୍ଥାତ ୪୨୦୦ ଲିଟର ପୋଚ ଓ ୧୭୭ ଲିଟର ରନ୍ଧା ଦେଶି ମଦ ସମେତ ସରଞ୍ଜାମ ଜବତ କରିଛନ୍ତି  । ମାତ୍ର ମଦ ତିଆରି କାରଖାନାର ମଦ ପ୍ରସ୍ତୁତକାରୀ ମାନେ ଚତୁରତାର ସହିତ ଖସି ପଳାଇବାରେ ସକ୍ଷମ ହୋଇଥିଲେ  । ଏଥିନେଇ ୨ଟି ମାମଲା ରୁଜୁ ହୋଇଛି ବୋଲି ଅବକାରୀ ବିଭାଗ ପ୍ରକାଶ କରିଛି  । ବିଭାଗ ପକ୍ଷରୁ ସମସ୍ତ ପୋଚ ଓ ମଦ ନଷ୍ଟ କରାଯିବା ସହିତ ସରଞ୍ଜାମ ଅବକାରୀ ଥାନାକୁ ଅଣାଯାଇଛି  ।