ପୋଷ୍ୟସନ୍ତାନ ଗ୍ରହଣ କଲେ ବେଙ୍ଗାଲୁରୁ ଦମ୍ପତି
କେନ୍ଦ୍ରାପଡ଼ା : ବେଙ୍ଗାଲୁରୁ ଦମ୍ପତି ସୁଦୂର କେନ୍ଦ୍ରାପଡାକୁ ଆସି ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଜଣାପଡିଛି । ଏହି ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଦୀର୍ଘ ୩ ବର୍ଷରୁ ଉଦ୍ଧ୍ୱର୍ ହେବ ଆବେଦନ କରିଥିଲେ । ମଙ୍ଗଳବାର ବେଙ୍ଗାଲୁରୁ ନିଉ ଟାଉନ୍ ଗ୍ଲୋ ହଙ୍କ ଅଞ୍ଚଳର ରାହୁଲ୍ ବିହାନୀ ଏବଂ ତାଙ୍କ ଧର୍ମ ପତ୍ନୀ ବିନୁ ବିହାନୀ ଜଣେ ଶିଶୁ ପୁତ୍ରକୁ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡାରେ ପହଁଚିବା ପରେ କେନ୍ଦ୍ରାପଡାର ଜଣାଶୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲିଶ୍ରୀ ମହିଳା ସମିତିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ଏବଂ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜାମ୍ଭର ମହାନ୍ତିଙ୍କ ଉପସ୍ଥିତିରେ ଏହି ଦମ୍ପତିଙ୍କୁ ଶିଶୁପୁତ୍ର ହସ୍ତାନ୍ତର କରାଯାଇଛି । କାର୍ଯ୍ୟକ୍ରମରେ ଡିସିପିଓ ବିଜୟ କାନ୍ତ ସାହୁ, ଅନୁଷ୍ଠାନର ପରିଚାଳକ ବିଜୟ କୁମାର ଦାସ ଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
