କର୍କଟ ପୀଡିତଙ୍କୁ ସହଯୋଗ କଲେ ଆମେରିକାର ପ୍ରାଧ୍ୟାପକ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ରାଜକନିକା ବ୍ଲକର ସିଂହପୁର ଜରିକୂଳ ସାହିର ନୃସିଂହ ଚରଣ ଦାସ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେଲା ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିସôାଳୟରେ ଚିକିସôିତ ହେଉଛନ୍ତି ।
ଚିକିସôା ପାଇଁ ଅର୍ଥ ବାଧକ ସାଜିଥିବାରୁ ଉକ୍ତ ଅଞ୍ଚଳର ଜନୈକ ମହିଳା ସମାଜସେବୀ ଗାୟତ୍ରୀ ଦାସ ଆମେରିକାରେ ପ୍ରାଧ୍ୟାପକ ଥିବା ଡଃ ଦେବେନ୍ଦ୍ର କୁମାର ଦାସ ବା‚ାନିଧି ଦାସ, ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟଙ୍କୁ ଅବଗତ କରାଇବା ପରେ ଡଃ ଦାସ ଉକ୍ତ ପୀଡିତଙ୍କୁ ସହଯୋଗର ହାତ ବଢାଇବାକୁ ନିଷ୍ପତ୍ତି ନେଇ ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ ମହାନ୍ତିଙ୍କ ଜରିଆରେ ନୃସିଂହ ଚରଣଙ୍କୁ ତାଙ୍କ ବାସସ୍ଥାନରେ ପହଁଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କହିଥିଲେ । ଆଜି ଶ୍ରୀ ମହାନ୍ତି ତାଙ୍କ ଘରେ ପହଁଚି ଉକ୍ତ ଅର୍ଥରାଶିକୁ ନୃସିଂହଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ଡଃ ଦାସ ସୁଦୂର ଆମେରିକାରୁ ତାଙ୍କର ଆସୁ ଆରୋଗ୍ୟ କାମନା ଓ ପ୍ରାର୍ଥନା କରିଛନ୍ତି ବୋଲି ଶ୍ରୀ ମହାନ୍ତି ପୀଡିତଙ୍କୁ କହିଥିଲେ । ଏଥିରେ ସମାଜସେବୀ ଭାଗିରଥି ଜେନା, ଶ୍ରୀନିବାସ ପ୍ରଧାନ ଓ ଗାୟତ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।