ଜମି ପଟ୍ଟା ପାଇଁ ଧାରଣା, ୩ ଅସୁସ୍ଥ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଏକ ସପ୍ତାହ ହେଲା ଜମି ପାର୍ଚ୍ଚା ପାଇବା ପାଇଁ ଧାରଣାରେ ବସି ରହିଛନ୍ତିି ରାଜନଗର ସାତଭାୟା ଅଞ୍ଚଳର ଦଳିତ ୪୦ ପରିବାର । ଖାଦ୍ୟ ପାନୀୟ ଓ ଅସ୍ୱାସ୍ଥ୍ୟକର ପରିବେଶ ରେ ଏମାନଙ୍କ ମଧ୍ୟରୁ କେତେଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଶିଶୁଙ୍କ ସହ ୩ଜଣ ଗୁରୁତର ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିସôାଳୟ ଓ ସେଠାରୁ କଟକ ବଡ ଡାକ୍ତରଖାନା କୁ ଚିକିସôା ପାଇଁ ସ୍ଥାନାନ୍ତରିତ ହେବାର ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ସଚେତନ ହୋଇ ପଡିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଜି ଘଟଣା ସ୍ଥଳରେ ପହଁଛି ଧାରଣାକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି । ପ୍ରବଳ ଗ୍ରୀଷ୍ମ ତାପରେ ଓ ଉପଯୁକ୍ତ ଖାଦ୍ୟ ପାନୀୟ ଅଭାବରୁ ଧାରଣାକାରୀଙ୍କ ଜଳୀୟ ଅଂଶ କମିବା ସହ ବୟସ୍କ, ମହିଳା ଓ ପୁରୁଷ ମାନଙ୍କ ସ୍ୱାସ୍ଥ୍ୟ ଧିରେ ଧିରେ ବିଗିଡିବାରେ ଲାଗିଛି । ତେବେ ଏହି ଧାରଣାକାରୀ ମାନେ ୭ଦିନ ହେଲା ବସି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ଉପଯୁକ୍ତ ପ୍ରତିକାର କରିବା ପାଇଁ ସାଧାରଣରେ ଦବି ହେଉଛି ।