ପୌଷ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୁଷ ପୁନି କମିଟି ତରଫରୁ ମା’ଭଣ୍ଡାର ଘରଣୀ ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ, ଲୋଗୋ ଉନ୍ମୋଚନ ଓ ଏହାର ସଫଳତା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁୟାରୀ ୨୩,୧୪,୧୫ ତିନି ଦିନ ନବରଙ୍ଗପୁର ସଦର ପୋଲିସ ପଡିଆ ଠାରେ ଏହା ପାଳିତ ହେବ । ୧୩ ତାରିଖ ମଧ୍ୟାହ୍ନ ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଏକ ଆଜ୍ଞା ମାଳ ନେଇ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରାରେ ଭଣ୍ଡାର ଘରଣୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବ । ଏଠାରେ କମିଟି ତିନିଦିନ ପାଇଁ ମହାଦୀପ ପ୍ରଜ୍ୱଳନ କରିବ କ୍ଷ ଏହାପରେ ଶୋଭାଯାତ୍ରା ଗାନ୍ଧୀ ଛକ ବସ ଷ୍ଟାଣ୍ଡ ଦେଇ ଦେଇ ପୋଲିସ ପଡିଆ ଠାରେ ପହଞ୍ଚିବ । ତିନିଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦିନ ବେଳେ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି ଯଥା, ଜଗନ୍ନାଥ ସଂସ୍କୃତି ଓ ପୌଷ ପୂର୍ଣ୍ଣିମା ଆଲୋଚନା ଚକ୍ର, ପାରମ୍ପରିକ ଆଦିବାସୀ ଗୀତ, ପାରମ୍ପରିକ ଆଦିବାସୀ ଝୋଟି, ପାରମ୍ପରିକ ଆଦିବାସୀ ଖାଦ୍ୟ ଓ ଆଦିବାସୀ ବେଶ ଭୂଷାର କାର୍ଯ୍ୟକ୍ରମର ଆୟୋଜନ ହେବ । ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲାର ଲୁଚି ଯାଇଥିବା ପ୍ରତିଭା ମାନଙ୍କ ପାଇଁ ମଞ୍ଚ ଗୁରୁତ୍ୱ ଦେବ । ଆଦିବାସୀ ନୃତ୍ୟ ଓ ବାଦ୍ୟରେ ତିନିଦିନ ଦୁଲୁକିବ ମଞ୍ଚ । ୧୦୦ ବର୍ଷ ତଳୁ ପୁଷ ପୁନି ନାଟକର ଦିବଂଗତ ନାଟୁଆ ମାନଙ୍କୁ ପୁଷ ପୁନି ସମ୍ମାନରେ ସମ୍ମାନିତ କରାଯିବ । ବାଲୁକା ଶିଳ୍ପ ଓ ସେଲ୍ଫି ପୋଏଣ୍ଟ ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ କଳାକାର ସୁବ୍ରତ ଆର୍ଟଙ୍କ ତରଫରୁ ସ୍ଥାନ ପାଇବ । ଏହି କାର୍ଯ୍ୟକ୍ରମର ଆବାହକ ଭାବେ ସର୍ବ ସମ୍ମତି କ୍ରମେ ବିଶିଷ୍ଟ ସଂଗଠକ ଶ୍ରୀ ମୁନା ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା ପାଇଁ ଏକ ଏଗାର ଜଣିଆ କମିଟି ଗଠନ କରାଯାଇଛି । ପରବର୍ତ୍ତୀ ସମୟରେ ବିଭିନ୍ନ କମିଟିର ଅଧ୍ୟକ୍ଷମାନଙ୍କୁ ମନୋନୀତ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି । ଏହି କମିଟିରେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ରାଜ୍ୟ ଓକିଲ ସଙ୍ଘ ଉପସଭାପତି ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ, ବିଶିଷ୍ଟ ଆଦିବାସୀ କଳା ସଂସ୍କୃତି ନିଦେ୍ର୍ଦଶକ ବାବୁ ପାତ୍ର, ଆଇନଜୀବୀ ତଥା କଳାକାର ଶ୍ରୀକାନ୍ତ କୁମାର ପଣ୍ଡା ବରିଷ୍ଠ ଶିକ୍ଷାବିତ ନିରଞ୍ଜନ ମିଶ୍ର, ସତ୍ୟବାଦୀ ଷଡ଼ଙ୍ଗୀ,ବାର୍ଥ ହରିଜନ, ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ମାନିତ ନୃତ୍ୟାଙ୍ଗାନା ନିରୁପମା ନାୟକ, ନାଟ୍ୟକାର ଦେବଦାସ ମହାଙ୍କୁଡ, ସମାଜସେବୀ ମୃତୁ୍ୟଞ୍ଜୟ ଦାଶ ପ୍ରମୁଖ ସ୍ଥାନ ପାଇଛନ୍ତି । ଏଥିରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପ୍ରଶାସନ, ସମସ୍ତ ନିର୍ବାଚିତ ପ୍ରତିନିଧି,ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଜାତି ମୁଖିଆ ଓ ସାମ୍ବାଦିକ ସଙ୍ଘ ଓ ବିଭିନ୍ନ ସଂଗଠନ ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିର୍ଣ୍ଣୟ କରାଯାଇଛି । ଏଥିରେ କାଦମ୍ବିନୀ ତ୍ରିପାଠୀ, ଜେମାମଣୀ ବିଷୋୟୀ,ପ୍ରଭାସିନୀ ମହାନ୍ତି, ଝରଣା ପଟ୍ଟନାୟକ,ମାୟାରାଣୀ ପାତ୍ର,ଗଣେଶ ଦାଶ, ଜ୍ୟୋତି ପରିଛା,ସିମାଞ୍ଚଳ ରଥ, ସାରଥୀ ସାହୁ,ପ୍ରଦୀପ ସାହୁ,ମନୋଜ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଅଖିଳ ଭଟ୍ଟ,ପ୍ରଫୁଲ୍ଲ ପଣ୍ଡା,ଗଣପତି ଗୌଡ଼, ଦିଗା ନାୟକ, ସୁନୀଲ ଜାନି, ଶ୍ୟାମ ହରିଜନ,ଅବଦୁଲ ଫିରୋଜ, ବିଡ଼ନ ସୁନା, ଶିବରାମ ସାହୁ, ପି. ଭେଙ୍କଟ ପ୍ରମୁଖ ଯୋଗ ଦେଇଥିଲେ ।