ପ୍ରକଳ୍ପ ସ୍ୱେଚ୍ଛାସେବୀ ସଂଗଠନର ଅବ୍ୟବସ୍ଥା: ସରାକରୀ ଯାଗାକୁ ଅନୁଷ୍ଠାନ ମାଡି ବସିଥିବା ଅଭିଯୋଗ    

 କେନ୍ଦୁଝର : ପ୍ରକଳ୍ପ ସ୍ୱେଚ୍ଛାସେବୀ ସଂଗଠନର ପରିବେଶ ଓ ଶିକ୍ଷାଦାନ ଅବ୍ୟବସ୍ଥା ନେଇ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବିନିଦା ପଞ୍ଚାୟତ ମସାଣିଯୋଡି ଜୁଆଙ୍ଗ ସାହି ବାସିନ୍ଦା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପ୍ରକଳ୍ପ ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ କେବଳ ପିଭିଟିଜି ଜୁଆଙ୍ଗ ଛାତ୍ରୀଙ୍କୁ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି । ଛାତ୍ରୀବାସରେ ୨ଶହ ଛାତ୍ରୀ ରହୁଛନ୍ତି । ତେବେ ଏତେ ସଂଖ୍ୟାରେ ରହୁଥିବାରୁ ପାଠପଢା ପାଇଁ ସ୍କୁଲରେ ବହୁ ସମସ୍ୟା ଦେଖାଦେଇଛି । ଶିକ୍ଷାଦାନର ଅବ୍ୟବସ୍ଥା, ଯୋଗ୍ୟ ଶିକ୍ଷକର ଅଭାବ, ଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । କାହାର ଦେହ ଖରାପ ହେଲେ ମେଡିକାଲ ନେବାର ମଧ୍ୟ ସୁବିଧାନାହିଁ । ସ୍କୁଲରେ ପାଣିର ସମସ୍ୟା ରହିଥିବାରୁ ପିଲାମାନେ ବାହାର ବନ୍ଧକୁ ଗାଧୋଇବାକୁ ଯାଉଛନ୍ତି । ବ୍ୟବହୃତ ବହୁପରିମାଣରେ ପଲିଥିନ ବହୁପରିମାଣରେ ସ୍କୁଲ ବାହାରେ ପକାଯାଉଥିବାରୁ ଗୃହପାଳିତ ଗାଈ ଗୋରୁ ଖାଇ ମୃତୁ୍ୟ ବରଣ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତ । ବିଦ୍ୟାଳୟ ଦଣ୍ଡମୁକ୍ତ ହୋଇଥିଲେ ହେଁ ଛାତ୍ରୀଙ୍କୁ ମାଡମାରି ନିର୍ଯ୍ୟାତନା ଦିଆଯାଉଛି । ଏନେଇ ଅଭିଭାବକମାନେ ବିରୋଧ କଲେ ଧମକ ଚମକ ଦିଆଯାଉଛି ବୋଲି ଅଭିଯୋଗରେ ଦର୍ଶାଯାଇଛି । ଗାଁର ପ୍ଲଟନଂ ୮୩/୮୯ କିସମ ଗ୍ରାମ ଜଙ୍ଗଲ ସରକାରୀ ଜମି ଜର ଜରଜବରଦସ୍ତ ଦଖଲ କରି ଅନୁଷ୍ଠାନ ରଖିଥିବା ଅଭିଯୋଗ ହୋଇଛି  । ପ୍ରକଳ୍ପର ସ୍କୁଲ କମିଟି ଗଠିତ ହୋଇନଥିବାବେଳେ ଗାର୍ଡଆନ ବୈଠକ ବସୁନି ।ଚିକିସôା ଅଭାବରୁ ଦୁଇଜଣ ଛାତ୍ରୀ ପୂର୍ବରୁ ମୃତୁ୍ୟ ବରଣ କରିଛନ୍ତି । ଏଠାରେ ୧୨ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୪ଜଣ ଶିକ୍ଷକ ରହୁଛନ୍ତି । ପ୍ରଭାକର ଜୁଆଙ୍ଗ, ସୁରେଶ ଜୁଆଙ୍ଗ, ମାନସ ଜୁଆଙ୍ଗ, ସିଦ୍ଧାନ୍ତ ଜୁଆଙ୍ଗ, ଲୋଚନ ଜୁଆଙ୍ଗ, ସିପୁ ଜୁଆଙ୍ଗ, ବିନୋଦ ଜୁଆଙ୍ଗ, କୃଷ୍ଣଚନ୍ଦ୍ର ଜୁଆଙ୍ଗ, ସଂଞ୍ଜୟ ଜୁଆଙ୍ଗ, ଗୋବର୍ଦ୍ଧନ ଜୁଆଙ୍ଗ, ନିଳମଣି ଜୁଆଙ୍ଗ, ପ୍ରଦୀପ ଜୁଆଙ୍ଗ, ଅଭି ଜୁଆଙ୍ଗ, ଶରତ ବାରିକ, ତନୁ ଜୁଆଙ୍ଗ, ଇଶ୍ୱର ଜୁଆଙ୍ଗ, ପ୍ରକାଶ ଜୁଆଙ୍ଗ, ନବ ଜୁଆଙ୍ଗ ପ୍ରମୁଖ ପ୍ରକଳ୍ପ ସ୍ୱେଚ୍ଛାସେବୀ ସଂଗଠନ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।