ପ୍ରକାଶ ପାଇଲା ସ୍ପେଶାଲ ଓଟିଇଟି-୨୦୨୫ ପରୀକ୍ଷା ଫଳ

ପ୍ରକାଶ ପାଇଲା ସ୍ପେଶାଲ ଓଟିଇଟି-୨୦୨୫ ପରୀକ୍ଷା ଫଳ

ଭୁବନେଶ୍ୱର : ପ୍ରକାଶ ପାଇଲା ସ୍ପେଶାଲ ଓଟିଇଟି-୨୦୨୫ ପରୀକ୍ଷା ଫଳ । ସେପ୍ଟେମ୍ବର ୨୭ତାରିଖରେ ହୋଇଥିବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ପାସ ହାର ରହିଛି ୬୬. ୫୦ ପ୍ରତିଶତ । ପରୀକ୍ଷା ଦେଇଥିଲେ ୭୨ ହଜାର୪୧୩ ପରୀକ୍ଷାର୍ଥୀପାସ କରିଛନ୍ତି ୪୮ ହଜାର ୧୫୩ ଜଣ ଏନେଇ ବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ପେପର-୧ ରେ ୧୨ ହଜାର ୯୮୮ କୃତକାର୍ୟ୍ୟ ହୋଇଥିବା ବେଳେ ପାସ୍‌ ହାର ୪୭.୧୭ପ୍ରତିଶତ ରହିଛି । ସେହିପରି ପେପର-୨ରେ ୩୫ ହଜାର ୧୬୫ କୃତକାର୍ୟ୍ୟ ହୋଇ ପାସ୍‌ ହାର ୭୮.୩୫ ପ୍ରତିଶତ ରହିଛି  । ପରୀକ୍ଷାର୍ଥୀମାନେ www.bseodisha.ac.in ରେ ଫଳାଫଳ ଦେଖିପାରିବେ ।

 

     ସୂଚନା ଥାଉକି, ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩୦୦ ପୃଷ୍ଠାର ଚାର୍ଜସିଟରେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କ କଳାକାରନାମାର ଚିଠା ରଖିଛି । କେଳେଙ୍କାରୀ ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଥିବା ବେଳେ ସେମାନଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି । ୭ ରୁ ଅଧିକ ଜିଲ୍ଲାରେ ଏହି କେଳେଙ୍କାରୀର ଲିଙ୍କ୍ ସାମ୍ନାକୁ ଆସିଥିଲା । ହେଲେ ଏବେବି ଅନେକ ଦଲାଲ, ଶିକ୍ଷକ ନେତା କ୍ରାଇମ ବ୍ରାଞ୍ଚ କବଜା ବାହାରେ ରହିଛନ୍ତି । ତାଲିକା ଥିଲେ ବି କ୍ରାଇମବ୍ରାଞ୍ଚ କାହିଁକି ସେମାନଙ୍କ ପାଖରେ ପହଞ୍ଚି ପାରୁନି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।