ପ୍ରତିମୂର୍ତ୍ତି ସ୍ଥାପନର ଭିତ୍ତିପ୍ରସ୍ତର

 ବଲାଙ୍ଗିର: ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ମାତା ସାବିତ୍ରୀବାଇ ଫୁଲେ ଓ ଜ୍ୟୋତିବାରାଓ ଫୁଲେଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସ୍ଥାନୀୟ ଯାଦବ ଭବନ ସମ୍ମୁଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସଂଗଠନର ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିବା ବେଳେ ଡୁଡା ପିଡିର ଅଧ୍ୟକ୍ଷ ତରଣୀ ସୁନା, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା ଓ ସମାଜସେବୀ ଭୁବନ ନାଗ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସଭା ସ୍ଥାନୀୟ ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ମନୁସ୍ମୃତି ର ଶୃଙ୍ଖଳରୁ ନାରୀ ସମାଜକୁ ମୁକ୍ତ କରି ସେମାନଙ୍କୁ ଶିକ୍ଷାର ବାଟ ଫିଟାଇଥିଲେ ସାବିତ୍ରୀବାଇ ଫୁଲେ । ତାଙ୍କ ଆଦର୍ଶରେ ଆଦର୍ଶିତ ହୋଇ ଆମ୍ବେଦକର ପରବର୍ତ୍ତୀ ସମୟରେ ସମ୍ବିଧାନ ପ୍ରଣୟନ କରିଥିଲେ ବୋଲି ସଭାରେ ଯୋଗ ଦେଇଥିବା ବରିଷ୍ଠ ସଂଗଠକ ପାଣ୍ଡବ କୁମ୍ଭାର, ବିଜୟ ବାରିକ, ଶମ୍ଭୁ ନାଗ, ତରଣୀସେନ ଦୀପ, ଜ୍ୟୋତିଷ ମୁଗ୍ରୀ, ଦଣ୍ଡୁଆ କୁମ୍ଭାର, ସତ୍ୟାନନ୍ଦ ସୁନା, ରାଜେନ୍ଦ୍ର ସୁନା, ସୂର୍ଯ୍ୟ ସୁନା, ଓମ୍ ପ୍ରକାଶ କୁମ୍ଭାର, ଅମ୍ବିକା କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଡ. ବାସନ୍ତି ନନ୍ଦ, କୁନାଲ ସରକାର, ବୈକୁଣ୍ଠ ବାରିକ, ବାସୁଦେବ ମୁଗ୍ରୀ, ପବିତ୍ର ନାଗ, କୁନାଲ କହିର, ବିପିନ ବାରିକ, ବିନୋଦ ମୁଗ୍ରୀ, ହରି ନନ୍ଦ ଓ ପଶ୍ଚିମ ଓଡିଶାର ମହିଳା ସଂଗଠନର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ ।