ପ୍ରତିଷ୍ଠା ଦିବସ ଓ ବିଷୁବ ମିଳନ

 ଧାମନଗର:  ଧାମନଗର ବ୍ଲକ ଦୋବଲ ସ୍ଥିତ ବୈଦିକ ଯଜ୍ଞ ମଣ୍ଡପ ପରିସରରେ ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ପ୍ରତିଷ୍ଠା ଦିବସ ଓ ବିଷୁବ ମିଳନ ପରିଷଦର ଉପସଭାପତି ହୃଦାନନ୍ଦ କରଙ୍କ ସଭାପତିତ୍ୱରେ ସୋମବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଧାମନଗର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଜୟ କୁମାର ବେଜ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ, ସମ୍ମାନୀତ ଅତିଥି ଅଗ୍ନିହୋତ୍ରି ନୃସିଂହ ବ୍ରହ୍ମଚାରୀ, ଯାଜପୁର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମନୋଜ କୁମାର ଜେନା, ଦାମୋଦର ନନ୍ଦ, ପ୍ରିୟ ରଞ୍ଜନ ସାମଲ, କୃତ୍ତିବାସ ତ୍ରିପାଠୀ, ଆନନ୍ଦପୁର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହେମେନ୍ଦ୍ର ମହାନ୍ତି,ଅଭିମନୁ୍ୟ ମଲ୍ଲିକ, ଘନଶ୍ୟାମ ଥାଟେଇ, ନିରାକାର ଧଳ, ଭୋଳନଥ ସାହୁ, ସିଦେ୍ଧଶ୍ୱର ସାମଲ, ପ୍ରଭାତ କୁମାର ସାମଲ, ସାମ୍ୱାଦିକ ଦେବେନ୍ଦ୍ର ଆନ୍ଦିଆ, ସେକ ଜାଫର ଅଲ୍ଲୀ, ପ୍ରଶାନ୍ତ ସାହୁ, ସୁଧାକର ଦାସ, ସରୋଜ ସେଠୀ ପ୍ରମୁଖ ଯୋଗଦେଇ ଭାରତ ବର୍ଷ ର ପରମ୍ପରା ଓ ସଂସ୍କୃତି ହଜି ଯାଉଛି ।ଏ ହାକୁ ନେଇ ଯୁବ ସମାଜ ସଂସ୍କୃତି ଓ ପୂଜ୍ୟପୂଜା କୁ ସମ୍ମାନ ଦେଲେ ନିଶ୍ଚିତ ଭାବେ ସଂସ୍କୃତି ଓ ପରମ୍ପରା ଉଜ୍ଜୀବିତ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ପରିଷଦର ସାଧାରଣ ସମ୍ପାଦକ ପ୍ରଦୀପ ମହାପାତ୍ର ବାର୍ଷିକ ବିବରଣୀ ଓ ଉଦେ୍ଦଶ୍ୟ ଜ୍ଞାପନ, କୁଳମଣି ବେହେରା ଅତିଥି ପରିଚୟ ଓ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଯଜ୍ଞ ମଣ୍ଡପ ପରିସରରେ ବୃକ୍ଷ ରୋପଣ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା ।