ଗୋରୁ ବୋଝେଇ ପିକଅପ ଜବତ

 ଆନନ୍ଦପୁର: ଆନନ୍ଦପୁର ପୁଲିସ ଦୁଇ ଗୋଟି ଗୋରୁ ବୋଝେଇ ମହିନ୍ଦ୍ରା ପିକଅପ ଜବତ କରିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୋଡପଡା ୫୩ ନମ୍ବର ରାଜ୍ୟ ରାଜପଥ ଦେଇ ଦୁଇ ଗୋଟି ମହିନ୍ଦ୍ରା ପିକଅପ ଭ୍ୟାନରେ ଅତି ଦୟନୀୟ ଅବସ୍ଥାରେ ଜରି ପାଲ ଗୁଡେଇ ୧୬ଟି ଗୋରୁ ଚାଲାଣ ହେଉଥିବା ଖବର ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ନିକଟରେ ପହଁଚିଥିଲା । ଥାନା ଅଧିକାରୀଙ୍କ ନିର୍ଦେଶରେ ଉକ୍ତ ଦୁଇ ଗୋଟି ପିକଅପ ଭ୍ୟାନକୁ ପିଛା କରି କାବୁ କରିବାରେ ପୁଲିସ ସଫଳ ହୋଇଥିଲା । ଗୋଟିଏ ପିକଅପ ଭ୍ୟାନର ଡ୍ରାଇଭର ଏବଂ ମାଲିକ ଖସି ପଳାଇବାକୁ ସଫଳ ହୋଇଥିବା ବେଳେ ଅନ୍ୟ ପିକଅପ ଭ୍ୟାନର ଡ୍ରାଇଭର ଅକ୍ଷୟ କୁମାର ପରମାଣିକକୁ ପୁଲିସ କାବୁ କରିଥିଲା । ତେବେ ଗୋରୁ ମାନଙ୍କ ଉପରେ ଜାରିପାଲ ଢଙ୍କା ଯାଇଥିବାରୁ ଅସୁସ୍ଥ ହୋଇପଡ଼ିଥିଲେ । ଅଧିକ ପଚରା ଉଚରା କରିବା ପରେ ଗୋରୁ ମୟୁରଭଞ୍ଜ ପାର୍ଶ୍ୱକୁ ଚାଲାଣ କରାଯାଉଥିବା ନେଇ ଅଟକ ଡ୍ରାଇଭର କହିଥିଲା । ତେବେ ଗୋରୁଙ୍କୁ ପ୍ରାଥମିକ ଚିକିତ୍ସା ଏବଂ ସେମାନଙ୍କୁ ଖାଦ୍ୟ ଦେବା ପରେ ବାଲେଶ୍ୱର ଜିଲା ସିମୁଳିଆ ଗୋଶାଳାକୁ ପଠା ଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।