ମରଣକୁ ଅନାଇ ବସିଛି ହେତଗାଡ଼ିଆ ବ୍ରିଜ୍

ମରଣକୁ ଅନାଇ ବସିଛି ହେତଗାଡ଼ିଆ ବ୍ରିଜ୍


 ଯଖପୁରା: କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଲା ହେତଗଡ଼ିଆ ବ୍ରିଜ । କେନ୍ଦୁଢିପ ଓ ହେତାଗଡ଼ିଆ ମଧ୍ୟଭାଗରେ ନିର୍ମିତ ବ୍ରିଜ ଉପରେ ପ୍ରତି ଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କଳକାରଖାନା କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଯିବା ଆସିବା କରିଥାନ୍ତି । ବିଭିନ୍ନ ସରକାରୀ । ସ୍ଥାନୀୟ ଅଞ୍ଚଳର ପ୍ରାୟ ପାଞ୍ଚ ସାତଟି ପଞ୍ଚାୟତ ଓ ଦୁଇଟି ନିର୍ବାଚନ ମଣ୍ଡଳୀର ଲୋକମାନେ ନିର୍ଭର କରନ୍ତି ଏହି ବ୍ରିଜ ଉପରେ । କୁଆଖିଆ ଠାରୁ ଆରମ୍ଭ ହୋଇ ଡ଼ୁବୁରୀ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼ିବ ଏହି ବ୍ରିଜ । ସ୍ଥାନୀୟ ଆଖପାଖ ଅଞ୍ଚଳର ପ୍ରାୟ ଦଶ ହଜାରରୁ ଅଧିକ ଲୋକମାନେ ଏହି ବ୍ରିଜ ଉପରେ ନିର୍ଭର କରନ୍ତି । ସ୍ଥାନୀୟ ଅଞ୍ଚଳରେ ସରକାରୀ ହେଉ କି ବେସରକାରୀ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କର ଗାଡ଼ି ସବୁ ଏହି ବ୍ରିଜ ଅତିକ୍ରମ କରି ଯାଉଛି ।  ସମସ୍ତ ଜନସାଧାରଣଙ୍କ ଗମନାଗମନର ଗୁରୁତ୍ୱ ଆଉ ଚାଷୀ ମାନଙ୍କର ସୁବିଧାକୁ ଦେଖି ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହେଇଥିଲା ଏହି ବ୍ରିଜ । ମାତ୍ର ବ୍ରିଜର କାର୍ଯ୍ୟ ଏତେ ନିମ୍ନ ମାନର ହୋଇଛି ଯେ ଯାହାର ଫଳ ଭୋଗୁଛନ୍ତି ସାଧାରଣ ଜନତା । ବ୍ରିଜର କାର୍ଯ୍ୟ ଯେଉଁ ସମୟରେ ସରିବା କଥା ତାହାର ଦୁଇ ବର୍ଷ ପରେ କାର୍ଯ୍ୟ ତରବରିଆ ଭାବରେ ଶେଷ କରାଗଲା । ତା ଭିତରେ ପୁଣି ଛଅ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟରେ ରାବଣା ଠାରୁ ମାର୍ଥାପୂର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲା । ସେ ରାସ୍ତା ମଧ୍ୟ ଏହି ବ୍ରିଜ ମଧ୍ୟ ଦେଇ ଯାଇଛି । ଅନେକ ଦିଗରୁ ଦେଖିଲେ ଏହି ବ୍ରିଜଟି ସ୍ଥାନୀୟ ଅଳ ପାଇଁ ଗୁରୁତ୍ୱ ବହନ କରେ । ମାତ୍ର ବ୍ରିଜର ନିର୍ମାଣ ଠିକ୍ ଢଙ୍ଗରେ ହୋଇପାରିନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହୁଏ । ବ୍ରିଜ ଉପରେ ଯିବା ସମୟରେ ଡର ଲାଗେ । କାରଣ ବ୍ରିଜ ର ଦୁଇ ପାର୍ଶ୍ୱ ସମ୍ପୂର୍ଣ୍ଣ ଖୋଲା ହୋଇରହିଛି । ସେ କେନ୍ଦୁଢିପ ପାର୍ଶ୍ୱରେ ହେଉ କି ହେତଗଡିଆ ପାର୍ଶ୍ୱରେ ଯିବା ଆସିବା ସମୟରେ ବ୍ରିଜ ଦୁଇ ମୁଣ୍ଡ ଫାଙ୍କା ରହିଛି ।ଫଳରେ ଗମନାଗମନ କରିବା ସମୟରେ କେତେବେଳେ ଯେ କାହାର କଣ ହେବ କେହି କହିପାରିବେ ନାହିଁ । ବ୍ରିଜର ଦୁଇ ମୁଣ୍ଡରେ ନିର୍ମାଣ ହୋଇଥିବା ପାଚେରୀ ଅଧା ପାନ୍ତେରିଆ ଭାବରେ ହୋଇଛି । ବ୍ରିଜକୁ ଲାଗି ହୋଇଥିବା ପାଚେରୀ ସମ୍ପୂର୍ଣ୍ଣ ହୋଇନଥିବାରୁ ଦୁଇ ପାର୍ଶ୍ୱ ଫାଙ୍କା ଫାଙ୍କା ରହିଛି ।ସେ ରାସ୍ତା କରିଥିବା ଠିକାଦାର ହେଉ କି ଅଧା ପାନ୍ତାରିଆ ବ୍ରିଜ କରିଥିବା ଠିକାଦାର ହେଉ ନିର୍ମାଣରେ ଚଞ୍ଚକତା କରିଛନ୍ତି । ଫଳରେ ବର୍ତମାନ ତାହା ପଥଚାରିଙ୍କ ପାଇଁ ମରଣଯନ୍ତା ପାଲଟିଛି । ଦୁର୍ଘଟଣା ଘଟି କେଉଁ ସମୟରେ କାହାର ଯେ ଜୀବନ ନ ଜୀବ କେହି କହିପାରିବେ ନାହିଁ । ଏହି ସମସ୍ୟାକୁ ନେଇ ଦାନଗଦି ବ୍ଲକ୍ ପରିସରରେ ମାର୍ଚ୍ଚ ୧୧ତାରିଖରେ ହୋଇଥିବା ମାସିକ ମିଳିତ ଜନ ଶୁଣାଣୀରେ ଜିଲ୍ଲାପାଳ ଯାଜପୁରଙ୍କୁ କୁମ୍ଭୀରଗଡିଆ ପଞ୍ଚାୟତର ସଦାନନ୍ଦ ବିଶ୍ୱାଳ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି କି ବ୍ରିଜର ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ । ମାତ୍ର ଜିଲ୍ଲାପାଳ ନିଦେ୍ର୍ଦଶ ଦେବା ପରେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଏପର୍ଯ୍ୟନ୍ତ ବିପଦ ଅବସ୍ଥାରେ ଥିବା ସ୍ଥାନକୁ ଆସିନାହାନ୍ତି କି କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।