ପ୍ରଥମ ମହଲାରୁ ତଳକୁ ଖସିଲା ଗାଡ଼ି : ଗାଡ଼ି ଗୁଣ୍ଡ, ଚାଳକ ଗୁରୁତର

ପୁରୀ: ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବୁଲ୍ କାର୍ ପାର୍କିଂ ସ୍ଥଳରେ ଏକ ବୋଲେରୋ ଗାଡ଼ି ପାର୍କିଂ କରୁଥିବା ବେଳେ ହଠାତ୍ ପ୍ରଥମ ମହଲାରୁ ତଳକୁ ଖସିପଡ଼ିବାରୁ ଗାଡ଼ିଟି ସଂପୂର୍ଣ୍ଣ ଭାଙ୍ଗିଯାଇଛି  । ଗାଡ଼ି ଚାଳକ ଗୁରୁତର ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିସôାଳୟରେ ଚିକିସôା ନିମନ୍ତେ ଭର୍ତ୍ତି ହୋଇଛନ୍ତି  । ଆହତ ଗାଡ଼ି ଚାଳକର ନାମ ସଞ୍ଜୟ ସେଠୀ  । ତାର ଘର ଧାମରା ମେରାଇନ୍ ଥାନା ଅନ୍ତର୍ଗତ ବଳଭଦ୍ର ପ୍ରସାଦ ଗ୍ରାମରେ । କାର ପାର୍କିଂର ଛାତ ଚାରିପଟେ ସୁରକ୍ଷା ପ୍ରାଚୀର ରହିନଥିବାରୁ ଗାଡ଼ିଟି ତଳକୁ ଖସିପଡ଼ିଥିଲା  । ସୌଭାଗ୍ୟବଶତଃ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବା ଯାତ୍ରୀମାନେ ଗାଡ଼ିରୁ ଓହ୍ଲାଇ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଚାଲିଯାଇଥିଲେ  । ଶ୍ରୀମନ୍ଦିରରୁ ଫେରି ଯାତ୍ରୀମାନେ ଦେଖିବାକୁ ପାଇଥିଲେ ଗାଡ଼ିଟି ଭଙ୍ଗାରୁଜା ଅବସ୍ଥାରେ ପଡ଼ିଛି । ଗାଡ଼ି ଚାଳକ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି  । ଜଗନ୍ନାଥ ସେମାନଙ୍କୁ ବଞ୍ଚାଇଦେଲେ ବୋଲି ଯାତ୍ରୀମାନେ ପ୍ରକାଶ କରିଥିଲେ ।