ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ମରିସସ୍‌ ଗସ୍ତ

ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ମରିସସ୍‌ ଗସ୍ତ

ନୂଆଦିଲ୍ଲୀ : ଦୁଇଦିନିଆ ମରିସସ୍‌ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମରିସସ୍‌ର ୫୭ତମ ଜାତୀୟ ଦିବସ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମତଙ୍କ ନିମନ୍ତ୍ରଣ କ୍ରମେ ମୋଦି ମରିସସ୍‌ ଗସ୍ତ କରିଥିବା ଜଣାପଡ଼ିଛି । ଆଫ୍ରିକା ମହାଦେଶର ପ୍ରବେଶ ଦ୍ୱାର ଏବଂ ଭାରତ ମହାସାଗରରେ ସାମୁଦ୍ରିକ ପଡେ଼ାଶୀ ସହଯୋଗୀ ଦେଶ ଭାବେ ମରିସସ୍‌ ସର୍ବଦା ଭାରତକୁ ସମର୍ଥନ କରିଆସୁଛି । ଏହାସହ ମରିସସ୍‌ର ଇତିହାସ, ଭୌଗଳିକ ଏବଂ ସଂସ୍କୃତିକ କ୍ଷେତ୍ର ସହ ଭାରତ ସବୁବେଳେ ଯୋଡ଼ି ହୋଇ ରହିଛି । ଗଭୀର ପାରସ୍ପରିକ ବିଶ୍ୱାସ, ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ବିଶ୍ୱାସ ଏବଂ ବିବିଧତା ରଖୁଥିବା ଭାରତ ଆଜି ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ୍‌ ଗସ୍ତ କରିଛନ୍ତି । ଏ ଅବସରରେ ଦେଶର ପ୍ରଗତି ଓ ସମୃଦ୍ଧିକୁ ମଜଭୁତ କରିବା ପାଇଁ ମରିସସ୍‌-ଭାରତ ଭାଗିଦାରୀକୁ ଉନ୍ନତ କରିବା ଏବଂ ଭାରତ ମହାସାଗର ଅଞ୍ଚଳରେ ସୁରକ୍ଷା ଏବଂ ବିକାଶ ପାଇଁ ଆମର ସ୍ଥାୟୀ ବନ୍ଧୁତ୍ୱକୁ ମଜଭୁତ କରିବା ଦିଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏ ଅବସରରେ ମୋଦି କହିଛନ୍ତି ଯେ, ମୋର ବିଶ୍ୱାସ ଏହି ଗସ୍ତ ଅତୀତର ମୂଳଦୁଆକୁ ସୁଦୃଢ଼ କରିବ ଏବଂ ଭାରତ-ମରିସସ୍‌ ସମ୍ପର୍କରେ ଏକ ନୂତନ ଓ ଉଜ୍ଜ୍ୱଳ ଅଧ୍ୟାୟ ସୃଷ୍ଟି କରିବ ।