ପ୍ରଧାନ ଆଚାର୍ଯ୍ୟଙ୍କ ପରଲୋକ : ଶବ କାନେ୍ଧଇଲେ ବିଧାୟକ
ନବରଙ୍ଗପୁର: ନବରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ତଥା ଚାମୁରିଆଗୁଡ଼ା ନିବାସୀ ଦେବେନ୍ଦ୍ର ଧାକଡଙ୍କ(୬୨)ର ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ପୀଡିତ ହୋଇ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତାଙ୍କର ଅକାଳ ବିୟୋଗରେ ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ, ଭାରତୀୟ ମଜଦୁର ସଂଘ,ବିଦ୍ୟାର୍ଥୀ ପରିଷଦ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ବିଜେପି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସହରର ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କର ଘରକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ଆତ୍ମୀୟ ସ୍ୱଜନଙ୍କର ସହ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଶବକୁ କାନେ୍ଧଇ ଶ୍ମଶାନ ପର୍ଯ୍ୟନ୍ତ ଯାଇ ଶେଷକୃତ୍ୟରେ ସାମିଲ ହୋଇଥିଲେ । ନବରଙ୍ଗପୁର ଜିଲ୍ଲା ସ୍ୱର୍ଗତ ଦେବେନ୍ଦ୍ର ଧାକଡ଼ଙ୍କ ଭଳି ଜଣେ ପ୍ରଖରରାଷ୍ଟ୍ରବାଦୀ ବିଚାରର ବ୍ୟକ୍ତିଙ୍କୁ ହରାଇଲା, ଯାହାକି ଅପୂରଣୀୟ କ୍ଷତି ବୋଲି ନବରଙ୍ଗପୁର ବିଧାୟକ ଶ୍ରୀ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ।