ପ୍ରବାଦ ପୁରୁଷଙ୍କ ଜୟନ୍ତୀ ପାଳିତ:   "ନୂଆ ଓଡ଼ିଶା ଗଠନରେ ବିଜୁଙ୍କ ଭୂମିକା ଅନନ୍ୟ'

 ଛତ୍ରପୁର: ବିଜୁ ଜନତା ଦଳ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲା । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରବାଦ ପୁରୁଷଙ୍କ ଜୀବନ ଧାରା ଉପରେ ସ୍ମୃତିଚାରଣ କରିଥିଲେ । ଏଥିରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର କର, ଜି ପାପା ରାଓ, ଶଙ୍କର ପ୍ରସାଦ ଦାଶ, ବି ରାଜିବାବୁ, ଅଟଳ ବିହାରୀ ପଟ୍ଟନାୟକ, ଟି ଚନ୍ଦ୍ର ଶେଖର ରାଓ, ପ୍ରବାସୀ ପ୍ରଧାନ, କାଳିଆ ନାହାକ, କାଁହୁ ଚରଣ ବେହେରା, ଦେବାଶିଷ ମିଶ୍ର, ପ୍ରିତିଛନ୍ଦା ସାମଲ, ସନ୍ତୋଷୀ ସେଠୀ, ବି ନିଶ୍ଚଳାସ୍ୱାମୀ, ମାମା ସେଠି,  ଡି ଇନ୍ଦୁ, କେ ରମେଶ, ଭବାନୀ କାନ୍ତ ସାହୁ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସହ ବହୁ କର୍ମୀମାନେ ଉପସ୍ଥିତ ରହିଥିଲେ । ନୂଆ ଓଡିଶା ଗଠନ କରିବାରେ ତାଙ୍କର ଥିଲା ଭୂମିକା ଅନନ୍ୟ ଥିଲା । ।  ବିଜୁ ବାବୁ ଥିଲେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ ଓ ଏକ ମହାନ ଜନନାୟକ ବୋଲି ସେମାନେ କହିଥିଲେ  ।
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ, ବ୍ଲକ ଏବଂ ସହରାଞ୍ଚଳରେ ମହା ସମାରୋହରେ ଏହି ଦିବସ ପାଳନ କରାଯାଇଥିଲା । ଜିଲ୍ଲା ସଦରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜୁବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ପ୍ରତିଟି ଓଡ଼ିଆଙ୍କୁ ସର୍ବଦା ଅନୁପ୍ରାଣିତ କରିବ  ବୋଲି ଶ୍ରୀ ମାଡକାମୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା ପ୍ରସାଦ ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା, ପତିତ ପାବନ ବୈଦ୍ୟ, ଗୋପାଳ କୃଷ୍ଣ ପଣ୍ଡା, ମନୋଜ କୁମାର ବାରିକ, କବିତା ମୋହନ୍ତ, ଘନଶ୍ୟାମ ମାଡକାମୀ ପ୍ରମୁଖଙ୍କ ସହ ଦଳୀୟ ସଂଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ । 
ହିଞ୍ଜିଳିକାଟୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବୁଧବାର ହିଞ୍ଜିଳି ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବିଧାୟକଙ୍କ ପୈାରପରିଷଦ ପ୍ରତିନିଧି  ପ୍ୟାରୀମୋହନ ପାଢିଙ୍କ ତତ୍ତ୍ୱାବଧାନରେ ଦଳୀୟ କର୍ମୀମାନେ ମିନି ଷ୍ଟାଡିୟମ ପରିସରରେ ଏକତ୍ରିତ ହୋଇଥିଲେ  । ନିର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ସହସ୍ରାଧିକ ଦଳୀୟ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ମୁଖ୍ୟ ସଡକ, କଲ୍ୟାଣମଣ୍ଡପ ଓ ଶିଶୁ ଉଦ୍ୟାନ ନକିଟରେ ଅବସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା ।  
ନୀଳଗିରି: ନୀଳଗିରି ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀ  ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ କେସି ହାଇସ୍କୁଲ୍ ପଡ଼ିଆରେ ମହାନ୍ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି ।  ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଆୟୋଜିତ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରଥମେ ନୀଳଗିରି ବାଇପାସ୍ ଛକ ଠାରେ ଥିବା  ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟଅର୍ପଣ କରିଥିଲେ । ଶତାଧିକା ଜନତା ଓ ବିଜୁ ପ୍ରେମୀ ଏକ ବିଶାଳ  ପଦଯାତ୍ରାରେ  ସହର ପରିକ୍ରମା କରିଥିଲେ । ହାଇସ୍କୁଲ୍ ପଡ଼ିଆରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ହଜାର ହଜାର ବିଜୁ ଜନତା ଦଳର ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ତେବେ ଏହି ସଭାରେ ଦଳର ନେତା ଓ କର୍ମୀମାନେ ଓଡ଼ିଶାରେ ଆଜିର ଦିନରେ ପଂଚାୟତରାଜ ଦିବସ ପାଳନ କରାଯାଉ ଥିବାବେଳେ ଓଡ଼ିଶାର ମୋହନ ସରକାର ଏହାକୁ ବନ୍ଦ କରି, ଓଡ଼ିଶା ସରକାର  ତାରିଖ ପରିବର୍ତ୍ତନ କରିଥିବା ନେଇ ଦଳର କର୍ମୀ ମାନେ ଓଡ଼ିଶା ସରକାରଙ୍କ ଏଭଳି ହୀନ ଚକ୍ରାନ୍ତକୁ ନିନ୍ଦା କରିଥିଲେ । ଏନେଇ ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ନେଇ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଛନ୍ତି  । ଆଜି ଏହି କାର୍ଯ୍ୟକ୍ରମରେ ଦେଢ଼ ହଜାରରୁ ଉର୍ଦ୍ଧ ବିଜୁପ୍ରେମୀ ଉପସ୍ଥିତ ଥିଲେ ।
ବୈଶିଙ୍ଗା: ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ରାଇକମା ଆଶ୍ରମ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଏବଂ ଶିକ୍ଷକ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ ।