ପ୍ରଶାସନର ଦୃଷ୍ଟି ପଡିବ କେବେ : ୩ ମାସ ହେବ ଅଙ୍ଗନୱାଡିକୁ ମିଳୁନି ଛତୁଆ

 ରାଜନଗର: ରାଜନଗର ବ୍ଲକରେ ଛତୁଆ କେଳେଙ୍କାରୀ ଥମିବାର ନାଁ ଧରୁନି । ଦୁଇଟି ଛତୁଆ ଯୋଗାଣକାରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶାସନ ହଟାଇ ଦେବା ପରେ ମଧ୍ୟ ବ୍ୟବସ୍ଥାରେ ସୁଧାର ଆସୁନଥିବା ଅଭିଯୋଗ ହୋଇଛି । ମାସେ ନୁହେଁ ତିନିମାସ ହେଲାଣି ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ଛତୁଆ ଯୋଗାଣ ହୋଇନାହିଁ । ଏନେଇ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ କାହାରି ଯେପରି ଦାୟିତ୍ୱ ନାହିଁ । ହିତାଧିକାରୀ କାହା ପାଖରେ ଅଭିଯୋଗ କରିବେ ଏନେଇ ଦ୍ୱନ୍ଦରେ ପଡଛନ୍ତି । ଏହି ବ୍ଲକ ଡାଙ୍ଗମାଳ ସେକ୍ଟରରେ ତିନିମାସର ଛତୁଆ ଯୋଗାଣ ହୋଇନଥିବା ଅଭିଯୋଗ ହୋଇଛି । ଜାନୁୟାରୀ ମାସଠାରୁ ମାର୍ଚ୍ଚ ମାସ ଯାଏ ଖମାରସାହି, ଡାଙ୍ଗମାଳ ଓ କୃଷ୍ଣନଗର ପଂଚାୟତ(ଡାଙ୍ଗମାଳ ସେକ୍ଟର)ର ୨୦ଟି ଅଙ୍ଗନୱାଡି କେନ୍ଦ୍ରରୁ ୧୮ଟି କେନ୍ଦ୍ରକୁ ଛତୁଆ ଯୋଗାଣ ହୋଇ ନଥିବା ଅଭିଯୋଗ ହୋଇଛିା ଏହି ସେକ୍ଟରର କୃଷ୍ଣନଗର, କନକନଗର, ବାଘୁଆ, ଡାଙ୍ଗମାଳ-୧, ୨ ଓ ୩, ଖମାରସାହି-୧ ଓ ୨, ବାଙ୍କୁଆଳ, ରଗଡାପାଟିଆ, ନୂଆ ରାଜେନ୍ଦ୍ରନାରାୟଣପୁର, ଗୋବିନ୍ଦପୁର, ପରମାନନ୍ଦପୁର, ନଳିତାପାଟିଆ, ତ୍ରିଲୋଚନପୁର, ପି‚ାପାଟିଆ, ଶୈ÷ଳେନ୍ଦ୍ରନଗର ଆଦିି କେନ୍ଦ୍ରର ହିତାଧିକାରୀମାନେ ଛତୁଆ ପାଇନଥିବା ଅଭିଯୋଗ କରିଛନ୍ତି । ଏନେଇ ସୁପରଭାଇଜର ସ୍ୱାଗତିକା ତରାଇଙ୍କୁ ପଚାରିବାରୁ ସଂପୃକ୍ତ କେନ୍ଦ୍ରଗୁଡିକୁ ତିନିମାସର ଛତୁଆ ଯୋଗାଣ ହୋଇନଥିବା ସ୍ୱୀକାର କରିଛନ୍ତି । ଛତୁଆ ଯୋଗାଣକାରୀ ସଂସ୍ଥା ସହିତ ଆଲୋଚନା କରିବେ ବୋଲି କହିଛନ୍ତିି । ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଛତୁଆ ଯୋଗାଣ ନକରିବା ପର୍ଯ୍ୟନ୍ତ ସଂପୃକ୍ତ ସଂସ୍ଥାର ବିଲ କରାଯିବ ନାହିଁ । ସୁପରଭାଇଜରଙ୍କୁ ପଚାରି ଛତୁଆ ଯୋଗାଣ କରିବାକୁ କହୁଛି ବୋଲି କହିଛନ୍ତି ।