ପ୍ରଶାସନ ନିଷ୍ପତ୍ତି ମାନୁନାହାନ୍ତି ସେବାୟତ

 ଜୟପୁର :  ରାଜରାଜୁଡ଼ା ଅମଳରୁ ଚାଲି ଆସୁଥିବା ଜୟପୁର ରଥଯାତ୍ରା ପ୍ରସ୍ତୁତି ବୈଠକରେ ଜୟପୁର ବିଧାୟକ, ଉପଜିଲ୍ଲାପାଳ, ତହସିଲଦାର, ଏବଂ ସମସ୍ତ ବିଭାଗର ଅଧିକାରୀମାନଙ୍କ ଉପସ୍ଥିିତିରେ ନିଆଯାଇଥିବା ନିଷ୍ପତ୍ତିକୁ ଦେବତ୍ତୋର ବିଭାଗର ସେବାୟତମାନେ ମାନି ନ ଥିବା ନଜରକୁ ଆସିଛି । ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାଇ ରଥ ଗଡିବା ସମୟରେ ରଥ ଉପରେ କେବଳ ୨୫ ଜଣ ହିଁ ରହିବେ । କିନ୍ତୁ ରଥ ଉପରେ ୪୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ରହିଥିବା ଦେଖିବାକୁ ମିଳିଥିଲା । ସେହିପରି ଆଡପ ମୁଣ୍ଡପରେ ଶ୍ରଦ୍ଧାଳୁଙ୍କୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ପ୍ରସାଦକୁ ନେବା ପାଇଁ ପଲିଥିନ ବ୍ୟବହାର ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା, କିନ୍ତୁ ପ୍ରଶାସନର ଏଥିପ୍ରତି  ଅବହେଳା ଯୋଗୁଁ ଆଡପ ମଣ୍ଡପରେ ପଲିଥିନ ବ୍ୟବହାର ହେଉଥିବା ଦୃଷ୍ଟିକୁ ଆସିଛି । ଉପଜିଲ୍ଲାପାଳ ନିଜେ ଜୟପୁର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିଲେ ସୁଦ୍ଧା କେବଳ ଥରେ ବ୍ୟବହାର କରାଯାଉଥିବା ପଲିଥିନରେ ସେବାୟତମାନେ କିଭଳି ଭାବେ ବିକ୍ରି ପାଇଁ ଉର୍ଦ୍ଦିଷ୍ଟ ପ୍ରସାଦ ଦେବାକୁ ପଲିଥିନ ବ୍ୟବହାର କରିଛନ୍ତି ଏବଂ କାହା ବଳରେ ବଳିଆନ ହୋଇ ପଲିଥିନ ବ୍ୟବହାର କରିବାକୁ ସାହାସ କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି ।