ବିକ୍ରମ ଦେବଙ୍କ ଜୟନ୍ତୀ 

 ଜୟପୁର  : ପୂଜ୍ୟପୂଜା ସଂସଦ ପକ୍ଷରୁ ମହାରାଜା ବିକ୍ରମ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ମୃତି ସ୍ଥଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସଦର ଉପଦେଷ୍ଟା ଇଂ କେଦାର ନାଥ ବେହେରା, ସଭାପତି ଉଦୟ ଶଙ୍କର ଜାନୀ, ଉପସଭାପତି ତପନ କିରଣ ତ୍ରିପାଠୀ, ସହ ସଂପାଦକ ମୃତୁ୍ୟଞ୍ଜୟ ସାହୁ, ପ୍ରମୋଦ କୁମାର ରାଉଳ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।