ପ୍ରାଣୀ ଚିକିତ୍ସାଳୟ ଓ ସହାୟକ କେନ୍ଦ୍ରରେ କର୍ମଚାରୀ ମରୁଡି
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପଶୁ ବିଭାଗରେ କର୍ମଚାରୀ ଅଭାବ ପଶୁପାଳନ କାରି ହନ୍ତସନ୍ତ ହେଉଛନ୍ତି ଲୋକେ । ଜିଲ୍ଲାରେ ଚାଷୀଙ୍କ ଉତ୍ପାଦନ ସାମଗ୍ରୀ ଉପରେ ସହଯୋଗ କରିବା ହେଉ କିମ୍ବା ପଶୁପାଳନକାରୀଙ୍କ ନିକଟରେ ପଂହଁଚି ପଶୁଙ୍କୁ ତଦାରଖ କରିବା ଏବଂ ପଶୁପାଳନକୁ ଅଗ୍ରସର କରିବା ସହିତ ଚାଷୀଙ୍କୁ ପଶୁପାଳନ କରିବା ଦିଗରେ ଉତ୍ସାହିତ କରିବା ନିମନ୍ତେ ଯେଉଁ ଆବଶ୍ୟକ କର୍ମଚାରୀ ଓ ଅଧିକାରୀ ରହିବା କଥା ତାହା ଜିଲ୍ଲାରେ ଖାଲି ପଡିଛି । ଏଠାରେ ଯେତେବେଳେ ଅଧିକାରୀଙ୍କ ସିଟ୍ ଖାଲି ପଡିଛି ସେହିପରି କ୍ଷେତ୍ରରେ ତଳ କର୍ମଚାରୀଙ୍କ କଥା କିଏ ପଚାରେ । ଯଦି ଜିଲ୍ଲା କାର୍ଯ୍ୟାଳୟର ଅବସ୍ଥା ଏହିପରି ତେବେ ଜିଲ୍ଲାରେ ଅନ୍ୟ ବ୍ଲକରେ ଥିବା ପ୍ରଣିଧାନ କାର୍ଯ୍ୟାଳୟ କଥା ନକହିଲେ ଭଲ । ଯାହା ଫଳରେ ଜିଲ୍ଲାରେ ପଶୁ ଚିକିତ୍ସାରେ ବ୍ୟାପକ ଭାବରେ ଅବହେଳା ଦେଖା ଯାଉଛି । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ସିକୋ ପ୍ରାଣୀଧନ ଚିକିତ୍ସାଳୟ ଅଧିନରେ ୮ଟି ସହାୟକ କେନ୍ଦ୍ର ଓ ୪ଟି ଅଣ ଅନୁଦାନ ପ୍ରାପ୍ତ ସହାୟକ କେନ୍ଦ୍ର ରହିଛି । ଅଣ ଅନୁଦାନ ପ୍ରାପ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତାନ୍ତର ହୋଇ ନ ଥିବାରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ୩୦ ହଜାରରୁ ଊର୍ଦ୍ଧ୍ୱ ଗୃହପାଳିତ ପଶୁ ରହିଥିବାରୁ ସଦର ମହକୁମା, ସିକୋର ପ୍ରାଣୀଧନ ଚିକିତ୍ସାଳୟର ୫ ଜଣ ଅଧିକାରୀଙ୍କ ପରିବର୍ତ୍ତେ ୩ ଜଣ କାର୍ଯ୍ୟରତ ଥିବା ବେଳେ, ବିଗତ ୩ ବର୍ଷରୁ ଊର୍ଦ୍ଧ୍ୱ ହେଲା ମଣ୍ଡଳ ପ୍ରାଣୀ ଚିକିତ୍ସାଧିକାରୀ ଡ. ଅପରାଜିତା ସାମନ୍ତରାୟ ଭୁବନେଶ୍ୱରରେ ଡେପୁଟେସନରେ କାର୍ଯ୍ୟ କରୁଛନ୍ତି । ତେବେ ସାରୁଅ, ବଡ଼ବେରଣା, ବୋତଳମା ଓ ପଙ୍ଗାରସିଂହ ଅଣ ଅନୁଦାନପ୍ରାପ୍ତ ସହାୟକ କେନ୍ଦ୍ର ଗୁଡିକ ଅବହେଳିତ ହୋଇ ପଡିଛି । ଯାହା କି ରାତ୍ରରେ ମଦ୍ୟପ ବ୍ୟକ୍ତିମାନେ ଏଠାରେ ଆସର ଜମାଇ ଗଦା ଗଦା ବୋତଲ ଗଡୁିଛି । ଏହି କେନ୍ଦ୍ର କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତାନ୍ତର ହୋଇ ନ ଥିବାରୁ କର୍ମଚାରୀ କେବଳ ଅସ୍ଥାୟୀ ଭାବେ କାମ ଚଳାଇ ଆସୁଛନ୍ତି । ବର୍ତ୍ତମାନ ଲାଇଭ ଷ୍ଟକ ଇନିସପେକ୍ଟରଙ୍କ ଆବଶ୍ୟକତା ଦୃଷ୍ଟିରୁ ୮ ଜଣଙ୍କ ଭିତରୁ ୪ ଜଣ କାର୍ଯ୍ୟ କରୁଛନ୍ତି । ତେବେ ଡାଳତୋଳା, ଗୁଡୁମ, ନିଧିପୁର ଓ ଡିଙ୍ଗର ଲାଇଭଷ୍ଟକ ଇନିପେକ୍ଟର ନ ଥିବାରୁ ପ୍ରାଣୀ ଚିକିତ୍ସା ପାଇଁ ଜନ ସାଧାରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ୧୦ ଜଣ ପରିଚାରକ ଭିତରୁ ୭ ଜଣ ପରିଚାରକ କାର୍ଯ୍ୟ କରୁଛନ୍ତି । ଏଥିରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ମରୁଡି ଯୋଗୁଁ ପଶୁ ଚିକିତ୍ସାରେ ବାଧକ ସାଜିଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୁଷ୍ଟ ବଢିବାରେ ଲାଗିଛି । ଯାହାକୁ ନେଇ ଅଞ୍ଚଳବାସୀ ପରିତ୍ୟକ୍ତ ଅବସ୍ଥାରେ ଥିବା ସହାୟକ କେନ୍ଦ୍ରର ପୁନରୁଦ୍ଧାର କରିବା ସହିତ ଜିଲ୍ଲା ପଶୁ ବିଭାଗରେ ଓ ବ୍ଲକରେ ଥିବା ଖାଲି ପଦବୀକୁ ସରକାର ପୂରଣ କରନ୍ତୁ ବୋଲି ଦାବି କତଛନ୍ତି ।