ମଙ୍ଗଳାଯୋଡ଼ି ପ୍ରକୃତିନିବାସ ଦାୟିତ୍ୱ ଗ୍ରାମବାସୀଙ୍କୁ ଦିଆଯାବା ନେଇ ଦାବି

ାା ପ୍ରଭାନୁ୍ୟଜ୍ାା ଚିଲିକା: ମଙ୍ଗଳାଯୋଡିକୁ ପରିବେଶ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ ପରେ ପର୍ଯ୍ୟଟକଙ୍କ ରହଣି ନିମିତ୍ତ ବନ୍ୟପ୍ରାଣୀ ବିଭାଗ ତରଫରୁ ପ୍ରକୃତି ନିବାସ ନିର୍ମାଣ କରାଯାଇଥିଲା । ଚିଲିକା ଉପକୂଳ ମଙ୍ଗଳାଯୋଡି ଠାରେ ନଳବଣ ପରେ ଅତ୍ୟଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ  । ତେଣୁ ବହୁ ସଂଖ୍ୟକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ, ପକ୍ଷୀ ବିଶାରଦ ଏଠାକୁ ଆସିଥାନ୍ତି । ଏହି ପ୍ରକୃତି ନିବାସର ପରିଚାଳନା ଦାୟିତ୍ୱ ଗ୍ରାମବାସୀଙ୍କ ଦ୍ୱାରା ନିର୍ବାଚିତ ଏକ କମିଟି ହାତରେ ନ୍ୟସ୍ତ କରିବାକୁ ସରକାରୀ ନିଦେ୍ର୍ଦଶନାମା ରହିଥିଲା । କିନ୍ତୁ ଦୀର୍ଘଦିନ ଧରି ଏହାକୁ କାର୍ଯ୍ୟକାରୀ କରାଯାଇ ନଥୁବା ହେତୁ ଗ୍ରାମବାସୀଙ୍କ ମଧ୍ୟରରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଲିଖୁତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁ ସୁଫଳ ନମିଳିବାରୁ ଗାନ୍ଧିଜୟନ୍ତୀ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପ୍ରକୃତି ନିବାସ ଫାଟକରେ ତାଲା ପକାଇ ଧାରଣା ଦେବେ ବୋଲି ସୂଚନା ଦେଇଥିଲେ  । ଏହି ପରିପ୍ରେକ୍ଷୀରେ ସରପଞ୍ଚ ମାନସରଞ୍ଜନ ସାମନ୍ତରାୟଙ୍କ ନେତୃତ୍ୱରେ ଗ୍ରାମର ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ଲିଗାତର ଭାବେ ଧାରଣା ପାଇଁ ଟାଙ୍ଗୀ ଥାନା ପୁଲିସ, ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀ, ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଏହି ଅଭିଯୋଗପତ୍ର ପଠାଇଥିବା ସରପଞ୍ଚଙ୍କ ଠାରୁ ସୂଚନା ମିଳିଛି ।