ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ


ଜଟଣୀ :  ଜଟଣୀ ଥାନା ଅନ୍ତର୍ଗତ ଭାରତୀୟ ତୈଳନିଗମ ଗ୍ୟାସ ରାସ୍ତାରେ ଥିବା ତାରିଣୀ ମନ୍ଦିର ନିକଟ ମଧୁସୂଦନ ନଗରରେ ନିଜର ବାସଭବନରେ ରୁବି ବିବି ନାମକ ୩୭ ବର୍ଷୀୟ ମହିଳା ପାରିବାରିକ କଳହ କାରଣରୁ ଘର କବାଟ ବନ୍ଦ କରି ନିଜ ଦେହରେ କିସରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ସୂଚନା ମୁତାବକ ମହିଳା ଜଣକ ପାରିବାରିକ କଳହ କାରଣରୁ ନିଜ ଦେହରେ କିରିସିନୀ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ତାଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଏବଂ ପୁଲିସକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଂଚି କବାଟ ଭାଙ୍ଗି ଜଳନ୍ତା ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ରେଫର କରିଥିଲେ । ଜଟଣୀ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଚଳାଉଥିବା ପ୍ରକାଶ ପାଇଛି   ।