ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉସବ 

 ମାଲକାନଗିରି : ମାଲକାନଗିରି ତଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦୨୪-୨୫ ନିମନ୍ତେ ବାର୍ଷିକ ଉସôବ ଓ ଆଲୁମିନି ଅଭିନନ୍ଦନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇ ଅଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଉସôବ ଦୁଇ ଦିନ ଧରି ଚାଲିଥିଲା ।ଏହି ଉସôବ ରେ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମ ପ୍ରସାଦ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଗଣେଶ ପାତ୍ର,ଅଭିରାମ ସିଂହ, ନିତ୍ୟାନନ୍ଦ ମହାପାତ୍ର,ଆଶିଷ ସରକାର,ପୁଷ୍ପଲତା ପଣ୍ଡା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦନ କରିଥିଲେ  । ମୁଖ୍ୟ ଅତିଥି ରୂପେ ପ୍ରୋଫେସର ଡ଼କ୍ଟର ସୀମାଞ୍ଚଳ ଆଚାର୍ଯ୍ୟ ଓ ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ୍ ବିଶ୍ୱଜିତ୍ ସରକାର ଉତ୍ତମ ଛାତ୍ର ଛାତ୍ରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦ୍ଘାଟନ ଉସôବରେ ମାଲକାନଗିରି ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଦ୍ୱୟ ଗୌରାଙ୍ଗ ସଜ୍ଜନ ଓ ଅଶ୍ୱିନୀ ମାଝୀ ଅତିଥି ରୂପେ ଉପସ୍ଥିତ ଥିଲେ । ପୂର୍ବତନ ଛାତ୍ର ଛାତ୍ରୀ ପ୍ରୟଦର୍ଶିନୀ ନିଆଲ, ବିଉଟୀ ବାଘ, ଗେଲି ଖରା,ଅନୁଷ୍କା ନାଗୁଲ ପ୍ରମୁଖ ନିଜ ଛାତ୍ର ଜୀବନର ଅନୁଭୂତି କହିଥିଲେ ।