ମାଲ୍ୟବନ୍ତ ମହୋତ୍ସବ ଉଦ୍ଘାଟିତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ପଞ୍ଚାୟତ ସମିତି ପକ୍ଷରୁ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋସôବ ୨୦୨୪ ଶୁଭ ଉଦ୍ଘାଟନ ହୋଇଥିଲା । ଏହି ଉଦଘାଟନ ଉସôବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରି ପଡ଼ିଆମୀ, ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲାପାରିସଦ ସଦସ୍ୟ ମୁକା ପଡ଼ିଆମୀ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସୋମନାଥ ପ୍ରଧାନ ମଞ୍ଚରେ ମଞ୍ଚାସୀନ ହୋଇଥିଲେ । ବ୍ଲକ ପକ୍ଷରୁ କଳସ ଯାତ୍ରାରୁ ଏହି କାର୍ଯ୍ୟକ୍ରମର ଶୁଭ ଆରମ୍ଭ ହୋଇଥିଲା । କଳସ ଯାତ୍ରାରେ ପଂଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପନ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଆଜି ମାଲକାନଗିରି ସଦର ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋସôବ ଆରମ୍ଭ ହୋଇଥିଲା । ମାଲ୍ୟବନ୍ତ ମହୋସôବର ପ୍ରଥମ ରାଜନୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ମାଲ୍ୟବନ୍ତ ମହୋସôବ ଜିଲ୍ଲାପାଇଁ ଏକ ଆନଦ ଆଣିଦେଇଥାଏ ଏହାକୁ ଉପଭୋଗ କରିବାକୁ ପଂଚାୟତ ସମିତିର ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସମିଟିସଭ୍ୟ, ସରପଞ୍ଚ ଓ ଜନସାଧାରଣ ଉପସ୍ଥିତ ଥିଲେ ।