ବନ ମହୋତ୍ସବ ସପ୍ତାହ ପାଳିତ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବନ ବିଭାଗ ଜିଲ୍ଲାସ୍ତରୀୟ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଚାଲାଣଗୁଡା ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଖଣ୍ଡୀୟ ବନାଧିକାରୀ ସାଇ କିରଣ ଡିଏନ୍ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଚାଲାଣଗୁଡା ସରପଂଚ ଅରକ୍ଷିତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଓ ସ୍ଥାନୀୟ ଚାଲାଣଗୁଡା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ବୃକ୍ଷ ହିଁ ଆମ ସମସ୍ତଙ୍କ ଭବିଷ୍ୟତକୁ ସୁସ୍ଥ ରଖିବାରେ ସହାୟକ ହେବ, ତେଣୁ ସମସ୍ତେ ବୃକ୍ଷ ରୋପଣ କରି ଏହାର ଯନô ନିଅନ୍ତୁ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲାର ସମସ୍ତ ରେଞ୍ଜର, ବନ କର୍ମଚାରୀମାନେ ଯୋଗ ଦେଇଥିଲେ ।
ନୂଆପଡା : ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଯଥା ପ୍ଲାଷ୍ଟିକ ଦ୍ରବ୍ୟ ବର୍ଜନ, ବୃକ୍ଷ ରୋପଣ, ତମାଖୁ ଗୁଟୁଖା ବିରୋଧ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ପୂର୍ବତନ ଅଧ୍ୟକ୍ଷ ଡ଼ ତରୁଣ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନିଲ କୁମାର ପାଢୀ, ଯୁକ୍ତ ଦୁଇ ଅଧ୍ୟକ୍ଷ ଅଧ୍ୟାପକ ଡ଼ ରଣବୀର ସିଂ, ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ଼ ସୁରଞ୍ଜନ ପ୍ରଧାନ, ଅଧ୍ୟାପକ ଜିତେନ୍ଦ୍ର କଳସାଇ, ଅଧ୍ୟାପିକା ଡ଼ କାଜଲ ମେହେର, ଅଧ୍ୟାପକ ହରନମ ସିଂ, ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା, ଅଧ୍ୟାପିକା ପ୍ରଣତୀ ପଣ୍ଡା, ଅଧ୍ୟାପିକା ସଂତୋଷି ଶର୍ମା, ଅଧ୍ୟାପକ ସୁର୍ଯ୍ୟକାନ୍ତ ଠାକୁର ପ୍ରମୁଖଙ୍କ ସହ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବନବିଭାଗ ପକ୍ଷରୁ ମିଆଜାକି ବଗିଚାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର, ସମ୍ମାନିତ ଅତିଥି ଏସ୍ପି ଏମ.ସନ୍ଦୀପ ସମ୍ପତ, ଡବ୍ଲୁ୍ୟପିଓ କୋରାପୁଟ ଧନୁର୍ଜୟ ମହାପାତ୍ରଙ୍କ ସମେତ ବିଭାଗୀୟ କର୍ମଚାରୀ ଓ ଜନସାଧାଣ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଞ୍ଜର ଗୋପୀନାଥ ସାହୁ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
ଆସିକା : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଉପସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରନାଥ ସାବତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବନମହୋତ୍ସବର ଆବଶ୍ୟକତା ଉପରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୌଡ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍କାଉଟ ଗାଇଡ ଓ ଅନ୍ୟ ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ସାଇକେଲ ଯୋଗେ ସଚେତନତା ରାଲି କରିଥିଲେ । ସଭା କାର୍ଯ୍ୟ ପରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସ୍ୱାଇଁ, ଗାଇଡ କ୍ୟାପଟେନ ଗିତାଞ୍ଜଳି ସାବତ, ଆଚାର୍ଯ୍ୟ ରାଜେନ୍ଦ୍ର ପଣ୍ଡା, କୃତ୍ତିବାସ ମହାପାତ୍ର, ପ୍ରଭାସ କୁମାର ସାହୁ, ରବୀନ୍ଦ୍ର କୁମାର ସାହୁ, ଅନୀତା ତ୍ରିପାଠୀ, ଶୁଭଶ୍ରୀ ମହାପାତ୍ରଙ୍କ ସମେତ ସମସ୍ତ ଗୁରୁଜୀଗୁରୁମା ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।