ସୁଭଦ୍ରା ଦୀପ ପ୍ରଜ୍ଜ୍ୱଳନ
ନୂଆପଡା : ରାଜ୍ୟ ସରକାର ସୁଭଦ୍ରା ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୫ଓ ୬ ପ୍ରତ୍ୟେକ ପଞ୍ଚାୟତର ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ କରି ସଚେତନ କରାଯାଇଥିବା ବେଳେ ଶୁକ୍ରବାର ଘରେ ଘରେ ସୁଭଦ୍ରା ଦୀପ ପ୍ରଜ୍ୱଳନ କରାଯାଇଛି । ଖଡ଼ିଆଳ ବ୍ଳକ ଖୁଦପେଜ ଗ୍ରାମ ପଂଚାୟତର ପ୍ରତ୍ୟକ ଗ୍ରାମରେ ଖଡ଼ିଆଳ ସମନ୍ୱିତ ଶିଶୁ ସୁରକ୍ଷା ଅଧିକାରୀଣି ମିନା କୁମାରୀ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖୁଦପେଜ ଅଙ୍ଗନବାଡି ପରିଦର୍ଶିକା ତୁଳସିଲତା ରାଉତଙ୍କ ସହଯୋଗରର ମହିଳା ମାନେ ହର୍ସଉଲ୍ଲାସିତ ମନରେ ସୁଭଦ୍ରା ଦୀପ ପ୍ରଜ୍ୱଳନ କରିଥିଲେ ।