ଟିଚର ପ୍ରିମିୟର ଲିଗ୍
ମାଲକାନଗିର : ମିନି ଷ୍ଟାଡିୟମରେ ଅନୁଷ୍ଠିତ ଟିଚର ପ୍ରିମିଅର ଲିଗ ମ୍ୟାଚ୍ରେ ଚାମ୍ପିଅନ ହୋଇଥିବା କୋରୁକୋଣ୍ଡା ଶିକ୍ଷକଙ୍କୁ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ, ଖାରବେଳନଗର ଭୁବନେଶ୍ୱର ଅଧୀନରେ ଥିବା ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ସଭାରେ ମୁଖ୍ୟଅତିଥି କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅସିତ୍ ମିସ୍ତ୍ରୀ, ମୁଖ୍ୟବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଡା ମାଡକାମି ଯୋଗ ଦେଇଥିଲେ । ସଂଘ ସଭାପତି ନୀଳକଣ୍ଠ ବେହେରା ସଭାପତିତ୍ୱ କରିଥିଲେ । ସମ୍ମାନିତଅତିଥି ସମ୍ପାଦକ ଲୋକନାଥ ସାହୁ ଯୋଗଦେଇ ବିଜୟୀ ଶିକ୍ଷକଙ୍କୁ ଉତ୍ସାହିତ କରିବା ପାଇଁ ନିଜ ନିଜର ମତ ରଖିଥିଲେ । ତତ୍ ପରେ ଟିଚର ପ୍ରିମିୟର ଲିଗ୍ରେ ଚାମ୍ପିଅନ୍ ହୋଇଥିବା ଶିକ୍ଷକଙ୍କୁ ସଂଘ ପକ୍ଷପରୁ ସମ୍ୱର୍ଦ୍ଧନା ପ୍ରଦାନ କରଯାଇଥିଲା । ସଂଘ ଯୁଗ୍ମ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁ ପରିଚାଳନା କରିଥିଲେ ।