ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୋକ

 ତେନ୍ତୁଳଖୁଣ୍ଟି : ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୋକ ସଭା  ଆୟୋଡିତ ହୋଇଛି । ପରଜା ଦେଓପାଲି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଦିବଂଗତ ଶିକ୍ଷକ କୃଷ୍ଣ ଚନ୍ଦ୍ର ରଥଙ୍କ ଆତ୍ମାର ସଦ୍ଗତି କାମନା କରି ତାଙ୍କ ପରିବାର ଲୋକଙ୍କ ସାହସ ଏବଂ ଧୋର୍ଯ୍ୟ କାମନା କରି ସ୍ୱର୍ଗତ ରଥଙ୍କ ଗୁଣଗାନ କରିଥିଲେ । ତାଙ୍କ ଚାକିରି କାଳ ଆଉ ପାଞ୍ଚ ବର୍ଷ ଥିଲା ତେଣୁ ସରକାରଙ୍କ ଯାହା ବିଧି ବ୍ୟବସ୍ଥା ଅନୁଯାୟୀ ସଂଘ ପ୍ରୟାସ କରି ତୁରନ୍ତ ସାହାଯ୍ୟ ରାଶି ପ୍ରଦାନ କରାଇବା ପାଇଁ ଆଲୋଚନା କରାଯାଇ ଥିଲା ।