ପ୍ରେସ୍ କ୍ଲବ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

 ଘୁ.ଉଦୟଗିରି  : ଘୁ.ଉଦୟଗିରି ପ୍ରେସକ୍ଲବ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ କରକମଳରେ କରାଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ଶ୍ରୀଯୁକ୍ତ ବିଧାୟକ କହିଥିଲେ ଯେ, ସାମ୍ବାଦିକମାନେ ହେଲେ ଲୋକତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଆଜି ସେମାନଙ୍କ ପାଇଁ ଏକ ନିଜସ୍ୱ ସଂଗଠିତ କାର୍ଯ୍ୟାଳୟ ରହିବା ଦ୍ୱାରା ସଂଗଠନ ଏବଂ ସାମାଜିକ ସେବା କାର୍ଯ୍ୟ ଉଭୟ ସୁଦୃଢ଼ ହେବ । ଏବଂ ଯଥାଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରେସକ୍ଲବ ସଭାପତି ରାମକୃଷ୍ଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପତିତପାବନ ସାହୁ, ଦେବନାଥ ଦଳବେହେରା, ସମୀର କୁମାର ପାଢ଼ୀ, ବଟ କୃଷ୍ଣ ଦାସ, ଅନିଲ କୁମାର ଦଳବେହେରା, ଅରୁଣ କୁମାର ଷଡଙ୍ଗୀ, ଗଗନ କୁମାର ପ୍ରଧାନ, ସସ୍ମିତା ଜେନା, ପ୍ରସନ୍ନ କୁମାର ମିଶ୍ର, ଚିନ୍ମୟ କୁମାର ସେଠୀ, ଚନ୍ଦ୍ରଶେଖର ପାଢ଼ୀ, ସଞ୍ଜୟ କୁମାର ମହାନ୍ତି, ଏନ୍ ରାଜା ରାଓ, ଦୁର୍ଗା ମାଧବ ପଟ୍ଟନାୟକ, ସାମନ୍ତ ଶେଖର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ବିଧାୟକଙ୍କ ପ୍ରତିନିଧି ମଧୁଲିନା ଦିଗାଲଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ  ।