ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ
ଧର୍ମଶାଳା: ଧର୍ମଶାଳା ସାହିତ୍ୟ ସମାଜ ଆନୁକୂଲ୍ୟରେ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକିର ମୋହନ ସେନାପତିଙ୍କ ୧୭୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ସାହିତ୍ୟ ସମାଜ ସଭାପତି କାହ୍ନୁଚରଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପଣ୍ଡିତ କାମଦେବ ଶତପଥୀ ଯୋଗଦେଇ ଓଡ଼ିଶାରେ ଭାଷା ଆନେ୍ଦାଳନ ଓ ରାଜନୈତିକ ଆନେ୍ଦାଳନ ସଙ୍ଗଠିତ ହେଇଥିଲା ବୋଲି କହିଥିଲେ । କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକ, କବି ବିଜୟ କୁମାର ଦେବତା, ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଧାଶ୍ୟାମ ସାହୁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ସବିତା ମିଶ୍ର, ସମାଜସେବୀ ଗୋଲକ ଚନ୍ଦ୍ର ପଲେଇ ପ୍ରମୁଖ ଯୋଗଦେଇ ବ୍ୟାସକବିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ ସମ୍ପାଦକୀୟ ବିବରଣୀପାଠ କରିଥିଲେ । ଶ୍ରମିକ ନେତା ନୃସିଂହ ଚରଣ ମିଶ୍ର, ବେଣୁଧର ଦାସ, ଦେବେନ୍ଦ୍ର ପଟ୍ଟନାୟକ, ଦିଲୀପ ରାଉତ ଓ ଶିକ୍ଷକ ନଟବର ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ଭବ ସମ୍ପାଦକ ଅଖିଳ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।