ଫାର୍ମ ହାଉସରୁ ଅଜଗର ଉଦ୍ଧାର

ଫାର୍ମ ହାଉସରୁ ଅଜଗର ଉଦ୍ଧାର

କବାଟବନ୍ଧ : ଧର୍ମଶାଳା ବ୍ଲକ ଗଡମଧୁପୁର ଗ୍ରାମ ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର  ଉଦ୍ଧାର କରାଯାଇଛି । ଗ୍ରାମରେ ଥିବା ବିଶ୍ୱରଂଜନ ବଳଙ୍କ ଏକ ଫାର୍ମ ହାଉସ ନିକଟରୁ ଏହି ଅଜଗର ସାପଟିକୁ କିଛି ଲୋକେ ଦେଖିବାକୁ ପାଇଥିଲେ । ପରେ ଆରୁହା ପଞ୍ଚାୟତ କୋଲ୍‌ହା ଗ୍ରାମର ତାଲିମ୍‌ ପ୍ରାପ୍ତ ସାପ ଉଦ୍ଧାରକାରୀ ପ୍ରଭାସ ସାହାଣୀ ଏବଂ ତାଙ୍କର ଦୁଇ ଜଣ ସହଯୋଗୀ ପହଁଚି ଦୀର୍ଘ ସମୟ ପରିଶ୍ରମ ପରେ ସାପକୁ ଉଦ୍ଧାର କରିଥିଲେ । ଏହାର ଲମ୍ବ ପାଖାପାଖ୍‌ ୬ଫୁଟ୍‌ ଲମ୍ବ ଏବଂ ଓଜନ ୩୦କେଜିରୁ ଊଦ୍ଧ୍ୱର୍ ହେବ । ଅଜଗର ଉଦ୍ଧାର ପରେ  ନିକଟସ୍ଥ ଗଡମଧୁପୁର ଜଙ୍ଗଲରେ ଛାଡ଼ି ଦିଆଯାଇଛି ।