ଫୁଡ କୋର୍ଟ "ସୁଆଦ ସମ୍ବଲପୁର' ଗୋଲ୍ଡେନ୍ କପ୍ : ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ସେମିରେ ଖଜୁରୀପଡ଼ା ଓ ନୟାଗଡ଼
ଆଠମଲ୍ଲିକ : ଲିପିଲୋଇ ଖେଳ ପଡ଼ିଆରେ ଚାଲିଥିବା ଗୋଲ୍ଡେନ୍ କପ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସର ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍ରେ ଖେଳର ପ୍ରଥମାର୍ଦ୍ଧରେ ଉଭୟ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ ସ୍କୋର ହୋଇଥିଲା । ଖେଳ ଅମିମାଂସିତ ରହିବାରୁ ଟାଇବ୍ରେକର୍ ଜରିଆରେ ଖଜୁରୀପଡ଼ା ବିଜୟ ଲାଭ କରି ଦ୍ୱିତୀୟ ସେମିଫାଇନାଲ୍ରେ ପ୍ରବେଶ କରିଛି । ରେଫରୀ ଆଲୋକ କୁମାର ଦେହୁରୀ, ଲାଇନ୍ସ ମ୍ୟାନ୍ ପପୁନ ବେହେରା ଏବଂ ଅର୍ଜୁନ ନାଏକ ଖେଳକୁ ପରିଚାଳନା କରିଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ପ୍ରଫୁଲ୍ଲ କୁମାର ସାହୁ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଠମଲ୍ଲିକ ଏନ୍ଏସି ପ୍ରତିନିଧି ଆଠମଲ୍ଲିକର ପୂର୍ବତନ ଏନ୍ଏସି ଚେୟାରମ୍ୟାନ ସନ୍ତୋଷ କୁମାର ହୋତା ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉସôାହିତ କରିଥିଲେ । ଶେଷରେ ଅତିଥିଙ୍କ ଦ୍ୱାରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଖଜୁରୀପଡ଼ା ଦଳର ଖେଳାଳି ଲାଲ କୃଷ୍ଣ କହଁରଙ୍କୁ ପୁରସ୍କୃତ କରଯାଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ ଅନୁଗୁଳ ବିଏଲ୍ଏଚ୍ ଏବଂ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷ ମୁହୂର୍ତ୍ତରେ ନୟାଗଡ଼ ଦଳ ଅନୁଗୋଳ୍କୁ ୧-୦ରେ ପରାସ୍ତ କରିଥିଲା । ଯାହା ଫଳରେ ନୟାଗଡ଼ ଦ୍ୱିତୀୟ ସେମିଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ଖଜୁରୀପଡ଼ା ଏବଂ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଦିତୀୟ ମ୍ୟାଚ୍ରେ ବ୍ୟାଗ୍ ଟୁ ଭିଲେଜ୍ର ପ୍ରତିଷ୍ଠାତା ପୂଜା ଭାରତୀ ଏବଂ ସୁନିଲ ପଣ୍ଡା, ଶିକ୍ଷକ କରୁଣା କର ନାୟକ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉସôାହିତ କରିଥିଲେ ।ଉଦ୍ଘାଟିତ